36.1 C
Bhubaneswar
Monday, May 20, 2024
Homeଓଡିଶା୨ରୁ ପୁଣି ବଢିବ ବର୍ଷା !

୨ରୁ ପୁଣି ବଢିବ ବର୍ଷା !

ମୌସୁମୀ ଟ୍ରଫ ଲାଇନ ଏବେ ହିମାଳୟ ପାଦଦେଶରେ ରହିଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଜାରି ରହିଛି । ୩୧ ତାରିଖରେ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ବିଶେଷ କରି, ଗଜପତି, ରାୟଗଡ଼ା, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।

ସୂଚନା ଅନୁଯାୟୀ, ଆଗାମୀ ୧ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୨ ତାରିଖ ଦିନ ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ, ୧୩୧ ବର୍ଷର ରେକର୍ଡ ଭାଙ୍ଗିଛି ମୌସୁମୀ । ୧୮୯୨ ମସିହା ପରେ ଅଗଷ୍ଟ ମାସରେ ପୁରୀ ସହରରେ କେବେ ବି ଏତେ ତାତି ଅନୁଭୂତ ହୋଇନାହିଁ ।

ମଙ୍ଗଳବାର ଦିନ ପୁରୀର ତାପମାତ୍ରା ୧୩୧ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି । ଗତକାଲି ସହରର ତାପମାତ୍ରା ୩୬ ଡିଗ୍ରୀ ପାର କରିଥିଲା । ଏହା ଏକ ବ୍ୟତିକ୍ରମ ଓ ଏଲ୍ନିତନୋ ପ୍ରଭାବରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଅଗଷ୍ଟ ମାସରେ ସାଧାରଣତଃ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲ୍ସିସିୟସ୍‍ ରହିଥାଏ। କିନ୍ତୁ ଏ ବର୍ଷ ହାରାହାରି ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା। ପୁରୀ ସମେତ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking