26.1 C
Bhubaneswar
Thursday, September 19, 2024
Homeଓଡିଶାବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,  :ମୁକ୍ତା ଅନ୍ତର୍ଗତ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ମାଧ୍ୟମରେ “କ୍ୟାଚ୍ ଦ ରେନ୍” ଅଭିଯାନ ଯାତ୍ରାକୁ ତୃଣମୂଳ ସ୍ତରରୁ ବିପୁଳ ସମର୍ଥନ ସହ ସଫଳତା ପାଇଁ ପ୍ରଶଂସା ମିଳିଅଛି | ଫଳସ୍ୱରୂପ, ଗତ ଦୁଇ ବର୍ଷ ୨୦୨୧ ଏବଂ ୨୦୨୨ ମଧ୍ୟରେ ବିଭାଗ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ପ୍ରାୟ ୩୭,୨୪୨ଟି ବର୍ଷା ଜଳ ଅମଳ ସଂରଚନା ନିର୍ମାଣ କରିବାରେ ସଫଳତା ହାସଲ କରିପାରିଛି |
“ମୁକ୍ତା” ଅଧୀନରେ, ୧୫ ଏପ୍ରିଲ୍ ୨୦୨୧ରେ “କ୍ୟାଚ୍ ଦ ରେନ୍” ନାମକ ଏକ ଅଭିନବ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନର ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ରାଜ୍ୟ ସ୍ତରରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିଲା, ସମସ୍ତ ୧୧୪ଟି ପୌରସଂସ୍ଥାକୁ ପ୍ରଶିକ୍ଷିତ କରାଯାଇ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ,୬୦ କୋଟି ଟଙ୍କା ବିନିଯୋଗରେ ପ୍ରାୟ ୧୩,୦୦୦ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ କରାଯାଇଛି | ପ୍ରାୟ ୮,୦୦୦ ମିଶନ ଶକ୍ତି ଗୋଷ୍ଠୀ /ବସ୍ତି ବାସିନ୍ଦା ସଂଘସମୂହକୁ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ନିୟୋଜିତ କରାଯାଇ ତଦାରଖ ଦେୟ ବାବଦକୁ ୪.୫ କୋଟି ଟଙ୍କା ପ୍ରଦାନ କରାଯାଇଛି | ୨୦୨୨-୨୩ ବର୍ଷରେ,୧୦,୦୦୦ମିଶନ ଶକ୍ତି ଗୋଷ୍ଠୀ /ବସ୍ତି ବାସିନ୍ଦା ସଂଘସମୂହକୁ କାର୍ଯ୍ୟ ସମ୍ପାଦନ ଏଜେନ୍ସି ଭାବରେ ନିୟୋଜିତ କରାଯାଇ ୮୦ କୋଟି ଟଙ୍କା ବିନିଯୋଗରେ ୨୪୦୦୦ ରୁ ଉର୍ଦ୍ଧ୍ୱ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ କରାଯାଇଛି ଏବଂ ୬ କୋଟି ଟଙ୍କା ତଦାରଖ ଦେୟ ପ୍ରଦାନ କରାଯାଇଛି |
ଜଳ କ୍ଲୀଷ୍ଟ ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜର ସର୍ବାଧିକ ସୁଫଳକୁ ହାସଲ କରିବା ନିମନ୍ତେ ବର୍ଷା ଜଳ ଅମଳ ସଂରଚନାର ପର୍ଯ୍ୟାୟଭିତ୍ତିକ ରକ୍ଷଣାବେକ୍ଷଣ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ | ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ସାରଦା ପ୍ରସାଦ ପଣ୍ଡା,ନିର୍ଦ୍ଦେଶକ,ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୋଡାଲ ଅଫିସର,ମୁକ୍ତାଙ୍କ କହିବାନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ଗତ ଦୁଇ ବର୍ଷ ମଧ୍ୟରେ ୧୧୧ ଟି ପୌରସଂସ୍ଥାରେ ନିର୍ମିତ ହୋଇଥିବା ପ୍ରାୟ ୩୭,୦୦୦ ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ଦାୟିତ୍ୱ, ପୂର୍ବରୁ ବର୍ଷା ଜଳ ଅମଳ ସଂରଚନାର କାର୍ଯ୍ୟ ନିର୍ବାହରେ ସଂପୃକ୍ତ ମିଶନ ଶକ୍ତି ଗୋଷ୍ଠୀ /ବସ୍ତି ବାସିନ୍ଦା ସଂଘ ଦ୍ୱାରା ଗ୍ରହଣ କରାଯିବ |ସେହିଭଳି, ପି.ଏଚ୍.ଇ.ଓ ଏବଂ ୱାଟକୋ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ମିଶନ ଶକ୍ତି ଗୋଷ୍ଠୀ ଗୁଡ଼ିକୁ ନିୟୋଜିତ କରିବ |
ଏହି ପରିପ୍ରେକ୍ଷୀରେ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ପୌରସଂସ୍ଥା ଗୁଡିକ ଦ୍ୱାରା ରକ୍ଷଣାବେକ୍ଷଣ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି| ରକ୍ଷଣାବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠୀ ସମୂହର ନିୟୋଜନ ପାଇଁ ସେମାନେ ପୌରସଂସ୍ଥା ସହିତ ସମନ୍ୱୟ ରକ୍ଷା କରିବେ | ପୌରସଂସ୍ଥାର ସଂପୃକ୍ତ ଯନ୍ତ୍ରୀ,ପି.ଏଚ୍.ଇ.ଓ, ୱାଟକୋ ଏବଂ ମୁକ୍ତା ଟିମ୍ ତୃଣମୂଳ ସ୍ତରରେ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଯତ୍ନପୂର୍ବକ ଯାଞ୍ଚ କରିବେ ଏବଂ ସଂପୃକ୍ତ ମିଶନ ଶକ୍ତି ଗୋଷ୍ଠୀ /ବସ୍ତି ବାସିନ୍ଦା ସଂଘକୁ ୭ ଦିନ ମଧ୍ୟରେ ଦେୟ ପ୍ରଦାନ କରିବେ |
ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମୟ ସମୟରେ ନିର୍ଦ୍ଦିଷ୍ଟ ଫର୍ମାଟରେ କାର୍ଯ୍ୟର ପ୍ରଗତି ମନିଟରିଂ ଏବଂ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ମୁକ୍ତା ଟିମ୍ ପୌରସଂସ୍ଥା ସମୂହ ସହିତ ସମନ୍ୱୟ ରକ୍ଷା କରିବ | ଏହି ଉଦ୍ଦେଶ୍ୟ ହାସଲ ପାଇଁ ପାଣ୍ଠିର ଆବଶ୍ୟକତା ଅର୍ଥ ଆୟୋଗ ଅନୁଦାନରୁ ପୌରସଂସ୍ଥା ସମୂହକୁ ପ୍ରଦାନ କରାଯାଇ ପୂରଣ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking