40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶକେରଳରେ ବର୍ଷା ବିତ୍ପାତ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

କେରଳରେ ବର୍ଷା ବିତ୍ପାତ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳରେ ବର୍ଷା ବିତ୍ପାତଜନିତ ପ୍ରାଣଘାତୀ ପରିସ୍ଥିତି ଉତ୍ପନ୍ନ ହୋଇଛି । ଲଗାଣ ବର୍ଷାଯୋଗୁ ବର୍ତ୍ତମାନ ସୁଦ୍ଧା ଏଠାରେ ବିଭିନ୍ନ ଅଘଟଣ ଘଟି ୧୧ଜଣ ପ୍ରାଣ ହରାଇସାରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ଗତ ମଙ୍ଗଳବାରଠୁ କେରଳ ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଥିବା ଅବଶ୍ରାନ୍ତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ଥିରୁଅନନ୍ତପୁରମ୍‌, କୋଲାମ୍‌, ଆଲାପୁଜା, ଏର୍ଣ୍ଣାକୁଲମ୍‌, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଆଦି ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଆଗାମୀ ଦିନରେ ଆହୁରି ୬ ସେମିରୁ ୧୧ ସେମି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଦର୍ଶାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସମୟରେ ବର୍ଷା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ରିଲିଫ୍ ପହଞ୍ଚାଇବା କାର୍ଯ୍ୟ ଅବିରତ ଭାବେ ଜାରି ରହିଛି । ତେବେ ଶନିବାର ପରେ ରାଜ୍ୟରେ ବୃଷ୍ଟିପାତ ସାମାନ୍ୟ ହ୍ରାସ ପାଇବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ କେ ରାଜନ କହିଛନ୍ତି । ସେହିପରି ପ୍ରଶାସନ ପକ୍ଷରୁ ପାଣି ମାଡ଼ି ଯାଇଥିବା ଅଞ୍ଚଳ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ଏବଂ ରାଜସ୍ୱ ବିଭାଗ ସଜାଗ ରହିଛନ୍ତି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସାରା ରାଜ୍ୟରେ ୮ଟି ରିଲିଫ୍ କ୍ୟାମ୍ପକୁ ୨୨୩ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ମନ୍ତ୍ରୀ କେ ରାଜନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking