29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଆନ୍ଧ୍ର ଟ୍ରେନ୍‌ ଦୁର୍ଘଟଣା ପଛର କାରଣ ଖୁଲାସା କଲେ ରେଳମନ୍ତ୍ରୀ

ଆନ୍ଧ୍ର ଟ୍ରେନ୍‌ ଦୁର୍ଘଟଣା ପଛର କାରଣ ଖୁଲାସା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୨୯ ତାରିଖ ଦିନ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଯେଉଁ ୨ଟି ପାସେଞ୍ଜର୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା ସେଇ ଦୁର୍ଘଟଣାରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।ସୂଚନାନୁସାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍‌ ଟ୍ରେନ୍‌ ବିଶାଖାପଟନମ୍‌ ପଲାସା ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଆଉ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ।ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବା ବ‌େଳେ ବୈଷ୍ଣବ ଆନ୍ଧ୍ର ଟ୍ରେନ୍‌ ଦୁର୍ଘଟଣାର କାରଣ କହିଛନ୍ତି। ସେ କହିଛନ୍ତି, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଲା ତା’ର କାରଣ ହେଲା, ଲୋକୋ ପାଇଲଟ୍‌ ଓ କୋ-ପାଇଲଟ୍‌ ଚାଲିଥିବା କ୍ରିକେଟ୍‌ ଖେଳ ଯୋଗୁଁ ଅନ୍ୟମନସ୍କ ହୋଇଯାଇଥିଲେ। ଏଭଳି ଅମନଯୋଗିତା ଚିହ୍ନଟ କରିବା ସହିତ ପାଇଲଟ୍‌ ଓ ସହକାରୀ ପାଇଲଟ୍‌ମାନେ ଟ୍ରେନ୍‌ ଚଳାଇବାରେ ଧ୍ୟାନ ରଖିଛନ୍ତି ବୋଲି ସୁନିଶ୍ଚିତ ହେବାକୁ ଆମେ ସିଷ୍ଟମ୍‌ ଲଗାଇବାକୁ ବ୍ୟବସ୍ଥା କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସୁରକ୍ଷା ଉପରେ ଧ୍ୟାନ ନିବେଶ କରିବୁ। ପ୍ରତି ଦୁର୍ଘଟଣାର ପ୍ରକୃତ କାରଣ ଖୋଜି ବାହାର କରୁଛୁ। ତା’ର ପୁନରାବୃତ୍ତି ନ ହେବାକୁ ବ୍ୟବସ୍ଥା କରୁଛୁ।ଉଲ୍ଲେଖଯୋଗ୍ୟ, କମିସନର୍‌ସ୍‌ ଅଫ୍‌ ରେଲ୍‌ୱେ ସେଫ୍ଟି (ସିଆର୍‌ଏସ୍‌) କରିଥିବା ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନ ଥିବା ଦୁର୍ଘଟଣା ଘଟିବାର ଦିନକ ପରେ ବ‌େଳେ ପ୍ରାଥମିକ ରେଳବାଇ ତଦନ୍ତ ରାୟଗଡ଼ା ପାସେଞ୍ଜର୍‌ର ଡ୍ରାଇଭର୍‌ ଓ ସହକାରୀ ଡ୍ରାଇଭର୍‌ଙ୍କୁ ଦାୟି କରିଥିଲା। କାରଣ ସେମାନେ ଦୁଇଟି ତ୍ରୁଟିଯୁକ୍ତ ସ୍ବୟଂକ୍ରିୟ ସିଗ୍‌ନାଲ୍‌ ବ୍ୟବସ୍ଥା ଅତିକ୍ରମ କରିଯାଇଥିଲେ। ଏହି ଦୁର୍ଘଟଣାରେ ସେ ଡ୍ରାଇଭର୍‌ ଓ ସହକାରୀ ଡ୍ରାଇଭର୍‌ଙ୍କର ବି ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking