34.1 C
Bhubaneswar
Saturday, May 18, 2024
Homeଅପରାଧରେଡ୍‌ ପାଇଁ ଯାଇଥିବା ବେଳେ ଆକ୍ରମଣ କଲେ ମଦ ମାଫିଆ; ଦୁଇ ଏସ୍‌ଆଇ ଆହତ

ରେଡ୍‌ ପାଇଁ ଯାଇଥିବା ବେଳେ ଆକ୍ରମଣ କଲେ ମଦ ମାଫିଆ; ଦୁଇ ଏସ୍‌ଆଇ ଆହତ

ଭଦ୍ରକ : ରେଡ୍‌ ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ଆକ୍ରମଣ କଲେ ମଦ ମାଫିଆ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଇଛାପୁରରେ ଥିବା ଏକ ହୋଟେଲରେ। ମଦ ମାଫିଆଙ୍କ ଆକ୍ରମଣରେ ଦୁଇ ପୁଲିସ ଏସ୍‌ଆଇ ଆହତ ହୋଇଛନ୍ତି। ସେମାନେ ହେଲେ ପୁଲିସ ଏସ୍‌ଆଇ ରାମଚନ୍ଦ୍ର ପାତ୍ର ଓ ଏସ୍‌ଆଇ ଜୟଶ୍ରୀ ଦାସ। ଇଛାପୁରରେ ଥିବା ଏକ ହୋଟେଲରେ  ଚୋରା ଦେଶୀ ଓ ବିଦେଶୀ ମଦ ବେପାର ଚାଲିଥିବା ସ୍ଥାନୀୟ ଲୋକେ ପୁଲିସ ନିକଟରେ ଅଭିଯୋଗ କରି ଆସୁଥିଲେ। ଗତକାଲି ସେଠାର ମଦ ବିକ୍ରି ହେଉଥିବା ସାବରଙ୍ଗ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୁଲିସ ଏସ୍‌ଆଇ ରାମଚନ୍ଦ୍ର, ଜୟଶ୍ରୀଙ୍କ ସମେତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।ପୁଲିସକୁ ଦେଖି ମଦ ମାଫିଆ ମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ସେମାନଙ୍କ ଉପରେ ଆମ୍ରକଣ କରିଥିଲେ। ମାଫିଆଙ୍କ ଆକ୍ରମଣରେ ଦୁଇ ଏସ୍‌ଆଇ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୪ ଜଣ ମଦ ମାଫିଆଙ୍କୁ ଅଟକ ରଖିଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୁଲିସ ସେମାନଙ୍କୁ ଧରିବାକୁ ଖୋଳତାଡ କରୁଛି ଓ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking