ନୂଆଦିଲ୍ଲୀ : ପୁଣି ମିଳିଲା ନୋଟର ପାହାଡ଼ । ଝାଡ଼ଖଣ୍ଡ କଂଗ୍ରେସର ଦୁଇ ବିଧାୟକ ଓ ତାଙ୍କର ସହଯୋଗୀଙ୍କ ଘରେ ଚଢ଼ଉ ପରେ ଆୟକର ବିଭାଗ ( ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ) ୧୦୦ କୋଟିରୁ ଅଧିକ ବେନାମୀ ନେଣଦେଣ ଓ ନିବେଶର ପତ୍ତା ଲଗେଇଛି। ସିବିଡିଟି ମଙ୍ଗଳବାର ଏକ ବୟାନରେ କହିଛି, ୪ ନଭେମ୍ୱରରେ ଝାଡ଼ଖଣ୍ଡର ରାଞ୍ଚି , ଗୋଡ୍ଡା ,ବେରମୋ,ଦୁକମା, ଜାମସେଦପୁର , ଚାଇବାସା ,ବିହାରର ପାଟଣା , ହରିଆଣାର ଗୁରୁଗ୍ରାମ , ପଶ୍ଚିମବଙ୍ଗର କୋଲକାତା ସମେତ ୫୦ଟି ସ୍ଥାନରେ ଚଢ଼ଉ କରାଯାଇ ଥିଲା। ଇନକମ ଟ୍ୟାକ୍ସର ଅଧିକାରୀମାନେ ଚଢ଼ଉ ବେଳେ ୨କୋଟି ଟଙ୍କାର ନଗଦ ଟଙ୍କା ବି ଜବତ କରିଛନ୍ତି , ଯାହାକୁ ଗଣିବା ପାଇଁ ମେସିନର ସାହାଯ୍ୟ ନିଆଯାଇଛି। ଇନକମ୍ ଟ୍ୟାକ୍ସ କଂଗ୍ରେସର ଦୁଇ ବିଧାୟକଙ୍କ ଘରେ ତଲାସୀ କରିଥିଲା , ଯାହାଙ୍କ ପରିଚୟ ଅଧିକାରୀମାନେ କୁମାର ଜୟମଙ୍ଗଳ ଓରଫ ଅନୁପ ସିଂହ ଓ ପ୍ରଦୀପ ଯାଦବଙ୍କ ବୋଲି ସୂଚନା ଦେଇଛନ୍ତି।