30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଷ୍ଟେସନରେ ରାହୁଲଙ୍କ କୁଲି ଅବତାର

ଷ୍ଟେସନରେ ରାହୁଲଙ୍କ କୁଲି ଅବତାର

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ କୁଲି ଅବତାରରେ ଦେଖିବାକୁ ମିଳିଛି । ଗୁରୁବାର ରାହୁଲ ଦିଲ୍ଲୀର ଆନନ୍ଦ ବିହାର ରେଳଷ୍ଟେସନ ପରିଦର୍ଶନରେ ଯାଇଥିବାବେଳେ ସେଠାରେ କାର୍ଯ୍ୟରତ କୁଲିଙ୍କୁ ଭେଟିଥିଲେ । ରାହୁଲ କୁଲିଙ୍କ ପାଇଁ ଉଦ୍ଦିଷ୍ଟ ଲାଲ ରଙ୍ଗର ସାର୍ଟ ପରିଧାନ କରିଥିବାବେଳେ ମୁଣ୍ଡରେ ସୁଟ୍‌କେଶ ରଖି ଚାଲୁଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟ କୁଲିମାନେ ତାଙ୍କ ସାଙ୍ଗରେ ଚାଲିବା ସହ ‘ରାହୁଲ ଗାନ୍ଧୀ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ ।

ନିକଟରେ ଆନନ୍ଦ ବିହାର ଷ୍ଟେସନରେ କାର୍ଯ୍ୟରତ କୁଲିମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ କରିଥିବାବେଳେ ରାହୁଲଙ୍କୁ ଭେଟିବାକୁ ଇଚ୍ଛାପ୍ରକାଶ କରିଥିଲେ । ସେମାନଙ୍କର ଇଚ୍ଛା ପୂରଣ କରିବାକୁ ରାହୁଲ ନିଜକୁ କୁଲି ବେଶରେ ସଜାଇ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking