ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ଆଧିକାରିକ ଆଦେଶ ଅନୁସାରେ ଏହି ନିଯୁକ୍ତି ଏଜେନ୍ସିର ନିୟମିତ ନିର୍ଦ୍ଦେଶକ ନିଯୁକ୍ତି କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ୧୯୯୩ ବ୍ୟାଚ୍ର ଆଇଆର୍ଏସ୍ ଅଧିକାରୀ ରାହୁଲ ନବୀନ ୧୯୮୪ ବ୍ୟାଚ୍ର ଆଇଆର୍ଏସ୍ ଅଧିକାରୀ ସଞ୍ଜୟ ମିଶ୍ରାଙ୍କ ସ୍ଥାନରେ ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ନେଇଛନ୍ତି । ଏହି ନିଯୁକ୍ତି ଫଳରେ ନବୀନ କେନ୍ଦ୍ରୀଏ ଯାଞ୍ଚ୍ ଏଜେନ୍ସିରେ ସବୁଠୁ ବରିଷ୍ଠ ଅଧିକାରୀ ହୋଇଛନ୍ତି । ପୂର୍ବରୁ ନବୀନ ଇଡି ମୁଖ୍ୟାଳୟରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଇଡି ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକୁ ଜୁଲାଇରେ ସୁପ୍ରିମ୍କୋର୍ଟ ମଞ୍ଜୁରୀ ଦେଇଥିଲେ । ତେବେ ଏହାପରେ ଆଉ କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଦେଇଥିଲେ ।