26.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶକର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, “ବନ୍ଦ ହେଲା ଘୃଣାର ବଜାର, ଖୋଲିଲା...

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, “ବନ୍ଦ ହେଲା ଘୃଣାର ବଜାର, ଖୋଲିଲା ସ୍ନେହର ଦୋକାନ”

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବହୁମତ ପାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସଦ୍ୟ ସୂଚନା ମୁତାବକ କର୍ଣ୍ଣାଟକରେ କଂଗ୍ରେସ ୧୦୯ ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୮ ଟି ଆସନରେ ଆଗୁଆ ଚାଲିଛି । ଦଳକୁ ସରକାର ଗଠନ କରିବାକୁ ହେଲେ ୧୧୩ ଜଣ ବିଧାୟକ ଆବଶ୍ୟକ ଥିବା ବେଳେ କଂଗ୍ରେସ ଏହି ସଂଖ୍ୟା ହାତେଇବାରେ ସଫଳ ହେବାକୁ ଯାଉଛି । ଏହି କ୍ରମରେ କର୍ଣ୍ଣାଟକ ସମେତ ସାରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ ସମସ୍ତଙ୍କୁ ଭଲ ଲାଗେ । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଛନ୍ତି । ଏହାସହ କଂଗ୍ରେସର ବିଜୟ ପାଇଁ ସେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ସେତିକି ନୁହେଁ ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ନିର୍ବାଚନ ବେଳେ କଂଗ୍ରେସ ତରଫରୁ କର୍ଣ୍ଣାଟକବାସୀଙ୍କୁ ଯେଉଁ ପ୍ରମୁଖ ୫ଟି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସରକାର ଗଠନ ହେବାର ପ୍ରଥମ ବୈଠକରେ ପୁରଣ କରାଯିବ ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ବିଜୟକୁ କର୍ଣ୍ଣାଟକବାସୀଙ୍କ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି କି, ଭାରତୀୟ ଜନତା ପାର୍ଟି ସରକାରର ଖରାପ ପ୍ରଦର୍ଶନ ଓ କଂଗ୍ରେସର ୫ଟି ପ୍ରତିଶ୍ରୁତି ରାଜ୍ୟରେ କଂଗ୍ରେସକୁ କ୍ଷମତାସୀନ କରିଛି । ଏହାସହ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକମାନେ ଆଜି ସଂନ୍ଧ୍ୟାରେ ବେଙ୍ଗାଲୁରୁରେ ପହଂଚିବାକୁ ଖଡଗେ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking