ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ରାହୁଲ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ନେଇ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ । ଦ୍ରାବିଡ କୋଚ୍ ହେବେ କି ନାହିଁ ସେଥିପାଇଁ ସେ ସମୟ ମାଗିଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ପରେ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ କରାଯିବା ନେଇ କଳ୍ପନାଜଳ୍ପନା ଲାଗିରହିଛି । ତେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସମୟ ମାଗିଛନ୍ତି ରାହୁଲ ଦ୍ରାବିଡ୍ । ଟି-୨୦ ବିଶ୍ବକପ ପରେ ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଉଛି । କିଛି ଦିନ ପୂର୍ବରୁ ଦ୍ରାବିଡ ମୁଖ୍ୟ କୋଚ୍ ହେବା ନେଇ ରାଜିଥିବା କଥା ଶୁଣାଯାଇଥିଲା । କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନଥିବା ଜଣାପଡିଛି । ସେ ଟିମର ମଙ୍ଗ ଧରିବା ପାଇଁ ଆଉ କିଛି ସମୟ ଚାହୁଁଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।
ରାହୁଲ ଦ୍ରାବିଡ ବର୍ତ୍ତମାନ ନେସନାଲ କ୍ରିକେଟ ଏକାଡେମୀ (ଏନସିଏ) ବେଙ୍ଗାଲୁରୁର ମୁଖ୍ୟ କୋଚ୍ ରହିଛନ୍ତି । ତେଣୁ ଯଦି ସେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ପାଇଁ ନୋମିନେସନ୍ କରନ୍ତି ତେବେ ତାଙ୍କୁ ଏହି ପଦରୁ ଅବ୍ୟାହତି ନେବାକୁ ପଡିବ । ଦ୍ରାବିଡ ପୂର୍ବରୁ ଭାରତୀୟ ୧୯ ବର୍ଷରୁ କମ ବୟସ୍କ ଟିମ ଏବଂ ଇଣ୍ଡିଆ-ଏ ଦଳର କୋଚ୍ ରହିସାରିଛନ୍ତି । ତେବେ ଯଦି