ବ୍ୟୁରୋ : ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେନି ରୁଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋଭ ଏନେଇ ସ୍ପଷ୍ଟ କରିଛନ୍ତି । ଦୀର୍ଘଦିନ ହେବ ଆଶଙ୍କା ଥିଲା ଯେ ରୁଷ ଏହି ଜି-୨୦ ବୈଠକରେ ସାମିଲ ହେବ କି ନାହିଁ । କ୍ରେମଲିନର ପ୍ରବକ୍ତା କହିଛନ୍ତି, ପୁଟିନ ଭାରତରେ ସେପ୍ଟେମ୍ବରରେ ହେବାକୁଥିବା ଜି-୨୦ ସମ୍ମିଳନୀ ପାଇଁ ଯାତ୍ରାର ଯୋଜନା କରୁନାହାନ୍ତି । କ୍ରେମଲିନ ମୁଖପାତ୍ର ମିଟ୍ରି ପେସକଭ କହିଛନ୍ତି, ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅପରେସନ୍ ଏବେ ପୁଟିନଙ୍କ ମୁଖ୍ୟ ଫୋକସ୍ରେ ରହିଛି । ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ରୁଷ୍ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଏବେ ୱାଗନର ସେନା ମୁଖ୍ୟଙ୍କ ମୃତ୍ୟୁ ପାଇଁ ମଧ୍ୟ କ୍ରେମ୍ଲିନକୁ ଦାୟୀ କରାଯାଉଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ପୁଟିନ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀରେ ଯୋଗ ଦେଇନପାରନ୍ତି ।