25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଭାରତ ଆସିବେ ପୁଟିନ

ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ପୁଟିନ ଭାରତ ଆସିବେ ବୋଲି ଜଣାପଡିଛି  । ଋଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପୁଟିନ ଭାରତ ଗସ୍ତ କରିବେ । ଋଷ ଭାରତ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେବ । ତେଣୁ ଏଥିରେ ମୁଖ୍ୟ ଅତିଥି ହେବେ ଋଷ ରାଷ୍ଟ୍ରପତି । ଗତ ଥର ମସ୍କୋରେ ଆୟୋଜିତ କାଯ୍ୟକ୍ରମରେ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁଦ୍ଧ ଭିତରେ ପୁଟିନଙ୍କ ଭାରତ ଗସ୍ତ ବିଭିନ୍ନ ଦିଗରେ ଗୁରୁତ୍ୱ ରଖୁଛି । ସବୁବେଳେ ଯୁଦ୍ଧ ବନ୍ଦ କରିବାକୁ ଭାରତ ଆଲୋଚନାକୁ ଗୁରୁତ୍ୱ ଦେବା ବେଳେ ଗସ୍ତ ସମୟରେ ରାଷ୍ଟ୍ର  ନେତାଙ୍କ କିଛି ବଡ ଆଲୋଚନାର ସମ୍ଭାବନା ଅଛି । ଏଥି ସହିତ ବଡ ପ୍ରତିରକ୍ଷା ଚୁକ୍ତିର ବି ସମ୍ଭାବନା ରହିଛି ।ଅନ୍ୟପଟେ ମସ୍କୋ ଗସ୍ତ କରୁଛନ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଡିସେମ୍ବର ୮ରୁ ୧୦ -୩ ଦିନ ପାଇଁ ରାଜନାଥ ଋଷ ଗସ୍ତ କରୁଛନ୍ତି । ଆଇଆରଆଇଜିସି ସମ୍ମିଳନୀରେ ଯୋଗଦେବେ ରାଜନାଥ । ଋଷ ଓ ଭାରତର ମିଳିତ ପ୍ରସ୍ତୁତିରେ ନିର୍ମିତ ଆଇଏନଏସ ତୁଶୀଲ ଭାରତୀୟ ସେନାରେ ସାମିଲ କରାଯିବ । ଏହା ହେଉଛି ମଲ୍ଟି ଗାଇଡେଡ୍ ମିସାଇଲ ରହିତ ଆଇଏନଏସ ତୁସୀଲ ।ପରେ ଋଷର ପ୍ରତିରକ୍ଷାମନ୍ତ୍ରୀ ଆନ୍ଦ୍ରେ ବେଲୋସୋବକୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking