30.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶ‘ପୁଷ୍ପା’ ଫେମ ଅଭିନେତା ଜଶଦୀଶ ପ୍ରତାପ ଗିରଫ

‘ପୁଷ୍ପା’ ଫେମ ଅଭିନେତା ଜଶଦୀଶ ପ୍ରତାପ ଗିରଫ

ମୁମ୍ବାଇ : ‘ପୁଷ୍ପା’ ଫେମ ଅଭିନେତା ଜଶଦୀଶ ପ୍ରତାପ ଗିରଫ । ଯୁବତୀଙ୍କୁ ସୁଇସାଇଡ କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାଗୁଟ୍ଟା ପୋଲିସ ତାଙ୍କୁ ଗିରଫ କରିଛି ।

୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହିତ ଲିଭ-ଇନ-ରିଲେସନସିପରେ ରହିଥିଲେ । ଯୁବତୀ ଜଣକ ୨୯ ନଭେମ୍ବରରେ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ଜଗଦୀଶଙ୍କୁ ଦୋଷୀ ମାନି ଅଭିଯୋଗ ଦାୟର କରିଛନ୍ତି । ଆଉ ପୋଲିସ ଅଭିନେତାଙ୍କୁ ୩୦୬ ଧାରା ଅନୁଯାୟୀ ଗିରଫ କରିଛି । ମୃତକ ଜଣକ ଅନେକ ସର୍ଟ ଫିଲ୍ମରେ କାମ କରିଛନ୍ତି ।

ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି କି, ଜଗଦୀଶ ମୃତ ଯୁବତୀଙ୍କର କିଛି ଭିଡିଓ କ୍ଲିପ୍‌ କରିଥିଲେ । ୨୭ ନଭେମ୍ବରେ ଯୁବତୀ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଥିବା ବେଳେ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ । ତାଙ୍କ ଭିଡିଓକୁ ଇଣ୍ଟରନେଟରେ ପୋଷ୍ଟ କରିବେ ବୋଲି ଧମକ ଦେଇଥିଲେ । ଏହାପରେ ଯୁବତୀ ଜଣକ ରୁମରେ ଫାଶୀ ଲଗାଇ ଜୀବନ ଦେଇଦେଇଛନ୍ତି । ଯବତୀଙ୍କ ମୃତ୍ୟୁ ପରେ ଜଗଦୀଶ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରି ରିମାଣ୍ଡରେ ପଠାଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking