32.1 C
Bhubaneswar
Saturday, May 18, 2024
Homeଓଡିଶାସବୁ ରବିବାର ଶ୍ରୀମନ୍ଦିର ବନ୍ଦ

ସବୁ ରବିବାର ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତା ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସାନିଟାଇଜେସନ ପାଇଁ ବନ୍ଦ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ସୂଚନା ପ୍ରଦାନ କରିଛନ୍ତି । ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା । କୋଭିଡ ସଂକ୍ରମଣ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ନିଆଯାଇଛି । କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ।

ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ପରେ ରବିବାର ଛୁଟିଦିନରେ ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ ହେଉଛି । ଆଉ ଏହି ଭିଡ଼ ଯୋଗୁ ପୁଣି କୋଭିଡ଼ ବ୍ୟାପିବାର ଆଶଙ୍କା ବଢ଼ିଯାଇଛି । ଦେଶର ଅନେକ ରାଜ୍ୟରେ କୋଭିଡ଼ ସଂକ୍ରମଣ ଏବେ ଶୀର୍ଷରେ ଥିବାବେଳେ ଉକ୍ତ ରାଜ୍ୟରୁ ବିନା ବାଧାରେ ହଜାର ହଜାର ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଛନ୍ତି।

ଆଉ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି। ଏହାକୁ ରୋକାନଗଲେ ଉଭୟ ଭକ୍ତ ଓ ସେବାୟତଙ୍କ ଜୀବନ ବିପଦ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏଣୁ ଭକ୍ତ ଓ ସେବାୟତଙ୍କ ସୁରକ୍ଷା ପାଇଁ ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ଭିତର ଓ ବାହାର ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking