22.1 C
Bhubaneswar
Sunday, November 17, 2024
Homeଓଡିଶାଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ

ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଜଣାଯାଇଛି। ଏହାସହ ବିମ୍ରେ ଫାଟ ଥିବା ସୂଚନା ଦେଇଛି ଶ୍ରୀମନ୍ଦିର ବୈଷୟିକ କୋର କମିଟି। ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଯାଞ୍ଚ କରିବା ପରେ ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଥିବା ଜଣାପଡ଼ିଥିଲା।
ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପର ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା। ରଥ ଯାତ୍ରା ପୂର୍ବରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଆଜି ଆମେ ଅନୁଧ୍ୟାନରେ ଆସିଥିଲୁ। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ବେଳେ ବିମରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଫାଟ ଯୋଗୁ ମନ୍ଦିର ପ୍ରତି କୌଣସି ବିପଦ ନାହିଁ। ଏହାର ମରାମତି କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking