30 C
Bhubaneswar
Wednesday, July 15, 2026
Homeଓଡିଶାପ୍ରବଳ ବର୍ଷା: ବଡଦାଣ୍ଡରେ ଭିଜିଲେ ଭକ୍ତ

ପ୍ରବଳ ବର୍ଷା: ବଡଦାଣ୍ଡରେ ଭିଜିଲେ ଭକ୍ତ

ଭୁବନେଶ୍ୱର: ଲଘୁଚାପର ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀରେ ଲଗାତାର ବର୍ଷା ଜାରି ରହିଛି । ଅବିରତ ବର୍ଷା ଫଳରେ ସହରର ବଡ଼ଦାଣ୍ଡ ଏବଂ ଜଗନ୍ନାଥ କଲୋନୀ ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି । ରାସ୍ତା ଉପରେ ପାଣି ଜମି ରହିଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସହରର ଡ୍ରେନ୍‌ଗୁଡ଼ିକର ସଫେଇ ସଠିକ୍ ଭାବେ କରାଯାଇନଥିବାରୁ ବର୍ଷା ଜଳ ସ୍ୱାଭାବିକ ଭାବେ ନିଷ୍କାସନ ହୋଇପାରୁନାହିଁ । ଫଳରେ ବର୍ଷା ପାଣି ରାସ୍ତା ଓ ବସତି ଅଞ୍ଚଳରେ ଜମି ରହି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । ଜଳବନ୍ଦୀ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।ଦୁଇଚକିଆ ଓ ଚାରିଚକିଆ ଯାନବାହନ ପାଣିରେ ଧୀର ଗତିରେ ଚଳାଚଳ କରୁଥିବା ବେଳେ ଅନେକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇଛି । ବ୍ୟବସାୟ, ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଲୋକଙ୍କ ସାଧାରଣ ଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking