36.1 C
Bhubaneswar
Monday, May 12, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ମୁମ୍ବାଇକୁ ହରାଇଲା ପଞ୍ଜାବ

ଆଇପିଏଲ୍‌: ମୁମ୍ବାଇକୁ ହରାଇଲା ପଞ୍ଜାବ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ସଂସ୍କରଣର ୩୧ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଭ୍ରମଣକାରୀ ପଞ୍ଜାବ କିଙ୍ଗ୍‌ସ ୧୩ ରନ୍‌ରେ ବିଜୟୀ ହୋଇଛି । ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ୱିକେଟ୍ ବିନିମୟରେ ୨୧୪ ରନ୍‌ର ବଡ଼ ସ୍କୋର୍ କରିଥିଲା । ଦଳର ଅଧିନାୟକ ସାମ୍ କୁରାନ୍ ମାତ୍ର ୨୯ ବଲ୍‌ରେ ୫ଟି ଚୌକା ଓ ୪ଟି ଛକା ମାଧ୍ୟମରେ ସର୍ବାଧିକ ୫୫ ରନ୍ କରିଥିବା ବେଳେ ହରପ୍ରୀତ୍ ସିଂହ ଭାଟିଆ ୨୮ ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୧ ରନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ୯୨ ରନ୍‌ର ଭାଗୀଦାରୀ ହେବା ଫଳରେ ଦଳ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହୋଇପାରିଥିଲା ।

ଏହାଛଡ଼ା ଅଥର୍ବ ତାଇଡେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୯, ଓପନର ପ୍ରଭସିମରନ୍ ସିଂହ ଗୋଟିଏ ଚୌକା ଓ ୨ଟି ଛକା ଜରିଆରେ ୨୬ ଏବଂ ଜିତେଶ ଶର୍ମା ମାତ୍ର ୭ ବଲ୍‌ରେ ୪ଟି ଛକା ସହ ୨୫ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ କାମରେନ୍ ଗ୍ରୀନ୍ ଓ ପୀୟୂଷ ଚାୱଲା ୨ଟି ଲେଖାଏଁ ଏବଂ ଅର୍ଜୁନ ତେନ୍ଦୁଲକର, ଜେସନ୍ ବେହରେନ୍‌ଡର୍ଫ ଓ ଜୋଫ୍ରା ଆର୍ଚର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୬ ୱିକେଟ୍ ହରାଇ ୨୦୧ ରନ୍ କରିବା ଫଳରେ ପଞ୍ଜାବ ତା’ର ସପ୍ତମ ମ୍ୟାଚ୍‌ରେ ଚତୁର୍ଥ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ କାମେରନ୍ ଗ୍ରୀନ୍ ୪୩ ବଲ୍‌ରେ ୬ଟି ଚୌକା ଓ ୩ଟି ଛକା ସହ ୬୭ ଏବଂ ସୂର୍ଯ୍ୟକୁମାର ଯାଦବ ମାତ୍ର ୨୬ ବଲ୍‌ରେ ୭ଟି ଚୌକା ଓ ୩ଟି ଛକା ଜରିଆରେ ୫୭ ରନ୍ କରିଥିଲେ । ଏହାଛଡ଼ା ଓପନର ତଥା ଅଧିନାୟକ ରୋହିତ ଶର୍ମା ୪ଟି ଚୌକା ଓ ୩ଟି ଛକା ସହ ଦ୍ରୁତ ୪୪ ରନ୍ ସ୍କୋର୍ କରିଥିଲେ । ଆହୁରି ଟିମ୍ ଡେଭିଡ୍ ୧୩ ବଲ୍‌ରେ ୨ଟି ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ୪ଟି ଏବଂ ନାଥନ୍ ଏଲିସ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking