ନୂଆଦିଲ୍ଲୀ: ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ୯ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଇବା ପାଇଁ ଘୋଷଣା କରିଛନ୍ତି । ଏହି ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ । ସିଏମ ଅମରିନ୍ଦର ଗୁରୁବାର କହିଛନ୍ତି ଯେ, ନାଇଟ କର୍ଫ୍ୟୁ ଗାଇଡଲାଇନ ସନ୍ଧ୍ୟା ଭିତରେ ଜାରି କରାଯିବ । ପରିସ୍ଥିତି ଉପରେ ନିୟନ୍ତ୍ରଣ ନଆସିବା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।
ଅନ୍ୟପଟେ ଦିଲ୍ଲୀରେ କରୋନାକୁ ନେଇ କେଜ୍ରିୱାଲ ସରକାର ଆଲର୍ଟ ହୋଇଯାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବୈଠକ ଡାକିଛନ୍ତି । ଏହାପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କହିଥିଲେ, ଏବେ ଚିନ୍ତା କରିବାର ବିଷୟ ନାହିଁ । ଦିଲ୍ଲୀରେ ପଜିଟିଭିଟି ପ୍ରତିଶତ ୧ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକରୁ ଅଧିକ ଲୋକଙ୍କ ଟେଷ୍ଟିଂ କରାଯାଉଛି ।