27.1 C
Bhubaneswar
Friday, September 20, 2024
Homeଓଡିଶାସତ୍ୟମେବ ଜୟତେର ଅପବ୍ୟବହାର ନେଇ ଜନସ୍ୱାର୍ଥ ମାମଲା

ସତ୍ୟମେବ ଜୟତେର ଅପବ୍ୟବହାର ନେଇ ଜନସ୍ୱାର୍ଥ ମାମଲା

କଟକ: ଜାତୀୟତାର ପ୍ରତୀକ ବହନ କରୁଥିବା ଚିହ୍ନରେ ଲେଖାଥିବା “ସତ୍ୟମେବ ଜୟତେ’ ଉକ୍ତିର ଅପବ୍ୟବହାର କରାଯାଉଥିବା ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ଏକ ସ୍ୱେଚ୍ଛାସେବୀ ସଂଗଠନ ଏଲୋନ୍ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିବା ଏହି ମାମଲାରେ ଦର୍ଶାଯାଇଛି ଯେ, ସତ୍ୟମେବ ଜୟତେ ଉକ୍ତିର ଅପବ୍ୟବହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଟ୍ରଷ୍ଟର ସଦସ୍ୟମାନେ ଦେଶର କୋଣଅନୁକୋଣକୁ ଯାଇ ଏ ବାବଦରେ ବିଭିନ୍ନ ସରକାରୀ କଳରେ ଥିବା ପଦାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭାରତ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଏହି ଉକ୍ତିକୁ ଉପଯୁକ୍ତ ସ୍ଥାନରେ ରଖାଯାଉନାହିଁ । ଏପରି ଅପବ୍ୟବହାରକୁ ରୋକିବା ଦିଗରେ ଗତ ଏକ ଦଶନ୍ଧି ଧରି ଟ୍ରଷ୍ଟ ପକ୍ଷରୁ ଏକ ଆନ୍ଦୋଳନ ଆରମ୍ଭ କରାଯାଇଥିଲେ ବି କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ସେଥିପାଇଁ ଟ୍ରଷ୍ଟ ପକ୍ଷରୁ ସଭାପତି ଡ.ସନ୍ତୋଷ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ କେନ୍ଦ୍ର ଗୃହ ସଚିବ ଓ ଶିକ୍ଷା ସଚିବ,ରାଜ୍ୟ ଗୃହ ସଚିବ, ଗଣଶିକ୍ଷା ସଚିବଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking