34.1 C
Bhubaneswar
Friday, October 18, 2024
Homeଓଡିଶାଏକ୍ସପାରି ସାମଗ୍ରୀ ବିକ୍ରି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଏକ୍ସପାରି ସାମଗ୍ରୀ ବିକ୍ରି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: କଟକ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନାମା ପାଳନ କରାଯାଉ ନାହିଁ । ଏଣୁ ବ୍ୟବସାୟୀମାନେ ମନଇଛା କାରବାର ଚଳାଇଥିବା ବେଳେ ସାଧାରଣ ଲୋକେ ନାନା ଭାବରେ ହଇରାଣ ହେଉଛନ୍ତି । ସରକାରୀ ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ କରାଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସାମାଜିକ କର୍ମୀ ଡ. ସୁନୀଲ କୁମାର ରଥ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଜି ଦାୟର କରିଛନ୍ତି ।

ଏହି ମାମଲାରେ ଆବେଦନକାରୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ, ସିଏମ୍‌ସି ମେୟର, ଫୁଡ୍ ସେଫଟି ଅଫିସର, ଜିଲା ଯୋଗାଣ ଅଧିକାରୀ, କଟକ ଡିସିପିଙ୍କ ସମେତ କେତେକ ଥାନା ଅଧିକାରୀଓ ବ୍ୟବସାୟୀଙ୍କୁ ମିଶାଇ ମୋଟ ୧୧ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି । ମାମଲାର ବିବରଣୀ ଅନୁସାରେ, ସିଡିଏ ସେକ୍ଟର-୧୦ ଅଞ୍ଚଳର ଜଣେ ବ୍ୟବସାୟୀ ଏକ୍ସପାରି ସାମଗ୍ରୀ ବିକ୍ରି କରୁଛନ୍ତି । ଏନେଇ ୪ଟି ମାମଲା ଜିଲା ଖାଉଟି ଅଦାଲତରେ ବିଚାରାଧୀନ ଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନାହିଁ । ସେହିପରି ଅନ୍ୟ ଜଣେ ପ୍ରତିପକ୍ଷ ଏକ୍ସପାରି ଥଣ୍ଡା ପାନୀୟ ବିକ୍ରି କରିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ପୁଲିସ ଏ ବାବଦରେ ନିଷ୍ପ୍ରିୟ ରହିଛି ।

ପଚାଫଳ ଓ ପନି ପରିବା ମଧ୍ୟ ବିକ୍ରି ହେଉଛି । ଏଥିସହ ପାନ ଦୋକାନରେ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯାଉଛି । ସିଏମ୍‌ସିର ଫୁଡ୍ ସେଫ୍ଟି ଅଫିସର ମଧ୍ୟ ଏକ୍ସପାରି ସାମଗ୍ରୀ ବିକ୍ରି ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ନିୟମିତ ଭାବେ ଏସବୁ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking