27.1 C
Bhubaneswar
Thursday, April 30, 2026
Homeଓଡିଶାପାର୍କରେ ମା ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ବିରୋଧ

ପାର୍କରେ ମା ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ବିରୋଧ

ଯାଜପୁର : ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପରେ ନିର୍ମାଣଧୀନ ପାର୍କରେ ମା ବିରଜାଙ୍କ ପ୍ରତିମୂର୍ତ୍ତି ବଦଳରେ ଅନ୍ୟ କୌଣସି ପ୍ରତିମୁର୍ତ୍ତି ସ୍ଥାପନ କରାଯାଉ ଦାବି କରି ଜିଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିନ୍ଦୁ ଏକତା ମଞ୍ଚ ଓ ବଜରଙ୍ଗ ଦଳ। ଦାବି ମୁତାବକ ପାର୍କ ଭଳି ସର୍ବସାଧାରଣଙ୍କ ଆମୋଦ ପ୍ରମୋଦ ସ୍ଥାନରେ ମା’ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାହା ମାଙ୍କ ପ୍ରତି ଅପମାନ ହେବାସହ କୋଟିକୋଟି ହିନ୍ଦୁମାନଙ୍କର ଧାର୍ମୀକ ଆସ୍ଥା ଉପରେ କୁଠାରଘାତ କରୁଛି । ଅନ୍ୟପକ୍ଷରେ ମା’ ବିରଜା କୌଣସି ଆମୋଦ ପ୍ରମୋଦର ବସ୍ତୁ ନୁହଁନ୍ତି ଯେ ତାଙ୍କୁ ପାର୍କ ଭଳି ସ୍ଥାନରେ ସ୍ଥାପନା କରାଯିବ। ଯେଉଁଠି କି ଦୈନିକ ବିଭିନ୍ନ ପ୍ରକାରର ବିଧର୍ମୀ ମାନଙ୍କର ଅବାଧ ପ୍ରବେଶ ରହିବ। ନିର୍ମାଣଧୀନ ପାର୍କରେ ମା’ ବିରଜାଙ୍କ ମୂର୍ତ୍ତି ବଦଳରେ “ଯଯାତି କେଶରୀ ” ବା “ଭାରତ ମାତା” କିମ୍ବା “ବଧୁ ମହାନ୍ତି ” ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବିକରାଯାଇଛି । ଏଥି ସହ ଦୁର୍ଗାପୂଜାରେ ଅନୁଷ୍ଠିତ ମା ବିରଜାଙ୍କ ନାବାଦିନାତ୍ମକ ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଦାବି କରିଛନ୍ତି। ଏନେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଜିଲା ମାର୍ଗଦର୍ଶକ ଅରବିନ୍ଦ ଦାସଙ୍କ ନେତୃତ୍ବରେ ମୃତ୍ୟୁଞ୍ଜୟ ପଟ୍ଟନାୟକ, ବାଦଲ ନାୟକ, ଅମିୟ ମହାନ୍ତି, ଦେବବ୍ରତ ମିଶ୍ର, ଧନେଶ୍ଵର ଜେନା,ପ୍ରିୟବ୍ରତ ପଣ୍ଡାଙ୍କ ସମେତ ହିନ୍ଦୁ ଏକତା ମଞ୍ଚ ଭାରତ ଓ ବଜରଙ୍ଗ ଦଳର ବହୁ କର୍ମକର୍ତା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking