ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ୍ ଦଳୀୟ ନେତା ଓ କର୍ମୀଙ୍କ ସତ୍ୟାଗ୍ରହ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁଣି ଇଡିର ସମନ ପ୍ରତିବାଦ ରେ ଧାରଣା । ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ସତ୍ୟାଗ୍ରହରେ ସାମିଲ ।
ସୂଚନା ଅନୁଯାୟୀ, ନ୍ୟାସନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବିତୀୟ ଥର ପାଇଁ ଜେରା କରିଛି । ପୂର୍ବରୁ ଗତ ୨୧ ତାରିଖରେ ତାଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ସୋନିଆ ଗାନ୍ଧୀଙ୍କ ଜେରାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ‘ସଂସଦ ଟୁ ସଡ଼କ’ ଶୀର୍ଷକ ଏକ ବିରୋଧ ପ୍ରଦର୍ଶନ ଜାରି ରହିଛି। ୨୧ ତାରିଖରେ ପ୍ରଥମ ଥର ଜେରା ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହେବା ନିମନ୍ତେ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ। ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।