16.1 C
Bhubaneswar
Thursday, January 9, 2025
Homeଓଡିଶାପ୍ରମୋଦିନୀ ହତ୍ୟା ଘଟଣା, ପୁଣି ଥରେ ଡିଆଜିଙ୍କ ଦ୍ୱାରସ୍ଥହେଲେ ମା’

ପ୍ରମୋଦିନୀ ହତ୍ୟା ଘଟଣା, ପୁଣି ଥରେ ଡିଆଜିଙ୍କ ଦ୍ୱାରସ୍ଥହେଲେ ମା’

ବ୍ରହ୍ମପୁର:  ପ୍ରମୋଦିନୀ ହତ୍ୟା କାଣ୍ଡ ଘଟଣାରେ ତାଙ୍କ ମା’ ଆଜି ପୁଣି ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଥାନା ଅଧିକାରୀଙ୍କ ତଦନ୍ତ ଅବହେଳା ନିମନ୍ତେ ସମସ୍ତ ପ୍ରମାଣ ନଷ୍ଟ ହୋଇଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ସଠିକ୍ ପ୍ରମାଣ ଅଭାବରୁ ଘଟଣାର ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦାବି କରିଛନ୍ତି । ଏହି ଅଭିଯୋଗ ପରେ ଘଟଣାର ସଠିକ୍ ତଦନ୍ତ ନିମନ୍ତେ ଡିଆଇଜି ସତ୍ୟବ୍ରତ ଭୋଇ ଆଶ୍ୱାସନା ଦେଇଥିବା ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ମେ’ ୧୦ ତାରିଖ କେ. ନୂଆଗାଁ ଅଞ୍ଚଳର ଦେଖଳି ଗ୍ରାମର ପ୍ରମୋଦିନୀ ଏକ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ଶେଷରେ ତାଙ୍କ ମାଆ ସେହି ନାଳକୁ ଯାଇ ଦେଖିଲା ବେଳକୁ ପ୍ରମୋଦିନୀ ମୃତ ଅବସ୍ଥାରେ ପଡ଼ିଥିବା ସେ ଦେଖିଥିଲେ । ଏନେଇ ସେ କେ. ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking