27.8 C
Bhubaneswar
Sunday, June 21, 2026
Homeଓଡିଶାଇତିହାସ ଜଗତ ପାଇଁ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ

ଇତିହାସ ଜଗତ ପାଇଁ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ସ୍ମୃତିରେ ଏକ ସାରସ୍ୱତ ସ୍ମୃତି ସଭା ଆୟୋଜିତ ହୋଇଯାଇଛି। ଗତ ମାର୍ଚ୍ଚ ୧୦,୨୦୨୬ରେ ଐତିହାସିକ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ମହାପ୍ରୟାଣ ହୋଇଛି। ଆଜିର ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ବିଶିଷ୍ଟ କଥାକାର ଗୌରହରି ଦାସ, ବିଶିଷ୍ଟ ଐତିହାସିକ ପ୍ରଫେସର ଅମୀୟ କୁମାର ମହାନ୍ତି, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ବିଶିଷ୍ଟ ଐତିହାସିକ ଡ଼. କୈଳାସ ଚନ୍ଦ୍ର ଦାଶ, ବିଶିଷ୍ଟ ଅନୁବାଦକ ଡ଼. ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।

“ହର୍‌ମାନ କୁଲ୍‌କେ ଜଣେ ସୁପ୍ରତିଷ୍ଠିତ ଜର୍ମାନ ଐତିହାସିକ ଏବଂ ଭାରତବିଜ୍ଞାନୀ ଭାବେ ସୁପରିଚିତ ଥିଲେ। ସେ କୀଲ୍ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗରେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଇତିହାସର ପ୍ରଫେସର ଥିଲେ। ୨୦୧୧ ମସିହାରେ ଜର୍ମାନୀର ରାଷ୍ଟ୍ରପତି ହର୍‌ମାନ କୁଲ୍‌କେଙ୍କୁ ଫେଡ଼େରାଲ ରିପବ୍ଲିକ୍ ଅଫ ଜର୍ମାନୀର ମେରିଟ୍ ଅର୍ଡର ପ୍ରଦାନ କରିଥିଲେ। ହର୍‌ମାନ କୁଲ୍‌କେଙ୍କ ରଚିତ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଞ୍ଚଳିକ ପରମ୍ପରା, ଜଗନ୍ନାଥ ସଂସ୍କୃତି ଏବଂ ଗଜପତି, ଦେବରାଜ ସଂସ୍କୃତି, ଭାରତର ଇତିହାସ ଆଦି ଉଲ୍ଲେଖନୀୟ କୃତି ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ। ଇତିହାସ ଜଗତ ପାଇଁ ପ୍ରଫେସର ହର୍‌ମାନ କୁଲ୍‌କେଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ”, ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking