ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ୨୫୦ ଟଙ୍କା ପର୍ଯ୍ୟନ୍ତ କୋଭିଡ ଟିକାର ପର୍ ଡୋଜ୍ ଚାର୍ଜ କରିପାରିବେ । ମହାରାଷ୍ଟ୍ର ହେଲଥ ସେକ୍ରେଟାରୀ ଡକ୍ଟର ପ୍ରଦୀପ ବ୍ୟାସ କହିଛନ୍ତି, କୋୱିନ ୨.୦ରେ ପଂଜୀକରଣ କରି ଟିକା ନେଇପାରିବେ । ତେବେ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡିବ । ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଡୋଜ୍ ପିଛା ୧୫୦ ଟଙ୍କା ଘରୋଇ ହସ୍ପିଟାଲ ରିକଭର କରିପାରିବେ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ବନ୍ଦନା ଗୁରୁନାନି ଆଡିସନାଲ ସେକ୍ରେଟାରୀ ଆଣ୍ଡ ମିଶନ ଡାଇରେକ୍ଟର, ନ୍ୟାସନାଲ ହେଲଥ ମିଶନ, ମିନିଷ୍ଟ୍ର ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର କହିଛନ୍ତି । ଏନେଇ ସମସ୍ତ ରାଜ୍ୟ ଙ୍କୁ ଏହାପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।