27.1 C
Bhubaneswar
Wednesday, June 25, 2025
Homeଓଡିଶାଆଜି ଘରୋଇ ବସ୍ ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବୈଠକ: ବାହାରିପାରେ ସମାଧାନର ବାଟ

ଆଜି ଘରୋଇ ବସ୍ ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବୈଠକ: ବାହାରିପାରେ ସମାଧାନର ବାଟ

ଭୁବନେଶ୍ୱର:  ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହୋଇପାରେ ।

ସରକାରଙ୍କ ପକ୍ଷରୁ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରି ଆସୁଛନ୍ତି ଘରୋଇ ବସ ମାଲିକ ସଂଘ ।   ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଦ୍ୱାରା ଘରୋଇ ବସ ମାଲିକ କ୍ଷତିଗ୍ରସ୍ତ ହେବେ ।  ବହୁ କର୍ମଚାରୀ କାମ ହରାଇବେ  । ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିକି ପୂଜା ପୂର୍ବରୁ ଅର୍ଥାତ ଶୁକ୍ରବାର ବସ ଚଳାଚଳ ବନ୍ଦ ରଖିଥିଲେ ମାଲିକ ସଂଘ  ।

 ଦଶହରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହେବାରୁ  ସରକାର ବସ୍ ମାଲିକ ସଂଘ ସହ ଅଲୋଚନା ହୋଇଥିଲା । ଦଶହରା ପରେ ଅର୍ଥାତ ୨୬ ତାରିଖରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ ।   ପ୍ରତଶ୍ରୁତି ମିଳିଲା ପରେ ସଂଘ ଆନ୍ଦୋଳନକୁ ୩୧ ତାରିଖ ଯାଏ ସ୍ଥଗିତ ରଖିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।

ତେବେ ଆଜିର ବୈଠକ ପରେ କ’ଣ ନିଷ୍ପତି ନିଆଯିବ ତାହାକୁ ଦେଖି ଘରୋଇ ବସ ମାଲିକ ସଂଘ ତାର ପରବର୍ତ୍ତୀ ନିଷ୍ପତ୍ତି ନେଇପାରେ  । ଆଜିର ବୈଠକର ନିଷ୍ପତ୍ତି ଉପରେ  ସମସ୍ତଙ୍କର ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking