34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ କଏଦୀ

ଲାହୋର: ନମାଜ ପାଠ ବେଳେ ଜେଲରୁ ଖସି ପଳାଇଲେ ୧୭ ଜଣ କଏଦୀ । ପାକିସ୍ତାନର ବଲୁଚିସ୍ତାନରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗତକାଲି କଏଦୀମାନେ ବଲୁଚିସ୍ତାନର ଚମନ ଜେଲରୁ ଖସି ପଳାଇଥିଲେ । ତେବେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସମ୍ପର୍କରେ ବଲୁଚିସ୍ତାନ ଜେଲ ମହାନିରୀକ୍ଷକ ମଲିକ ଶୁଜା କାସୀ କହିଛନ୍ତି ଯେ ଗୁଳି ବିନିମୟରେ କିଛି ପୁଲିସ କର୍ମୀ ଓ କଏଦୀ ମଧ୍ୟ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ଗୁରୁବାର ଦିନ ଜେଲ ଭିତରେ ଥିବା ଖୋଲା ସ୍ଥାନରେ ଇଦ୍ ପାଇଁ ନମାଜ ପଢ଼ାଯାଉଥିବାବେଳେ ଏହି ଘଟଣା ଘଟିଛି । ଏହି ସମୟରେ, କିଛି କଏଦୀ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ ଓ ସେମାନେ ସଫଳ ମଧ୍ୟ ହୋଇଥିଲେ । କାସୀ କହିଛନ୍ତି ଯେ ଯେତେବେଳେ ନମାଜ ପାଇଁ କଏଦୀମାନଙ୍କୁ ଜେଲ ଭିତରୁ ଜେଲ ମଧ୍ୟରେ ଥିବା ଖୋଲା ସ୍ଥାନକୁ ଅଣାଯାଇଥିଲା, ସେତେବେଳେ କିଛି କଏଦୀ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଯେଉଁ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଜେଲରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ କଏଦୀମାନେ ଖସିଯିବାରେ ସଫଳ ହୋଇଥିଲେ । ତେବେ କଏଦୀମାନେ ଦୌଡ଼ି ପଳାଇଯାଉଥିବାବେଳେ ପୁଲିସ କର୍ମୀ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିଲା । ମୋଟ ୧୭ ଜଣ କଏଦୀ ପଳାଇ ଯାଇଥିଲେ । ସେ କହିଛନ୍ତି ଯେ କଏଦୀଙ୍କ ଫେରାର ହେବା ପଛରେ କୌଣସି ବାହାର ବ୍ୟକ୍ତି ସହାୟତା କରିଥିବା ଜଣାପଡିଛି । କାସୀ କହିଛନ୍ତି ଯେ ଫେରାର କଏଦୀଙ୍କ ମଧ୍ୟରେ କିଛି ଆତଙ୍କବାଦୀ ମଧ୍ୟ ଥିଲେ । ଏବେ ଫେରାର କଏଦୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ ଚମନ କାରାଗାର ଇରାନର ସୀମାନ୍ତ ସହର ନିକଟରେ ଥିବାରୁ ସେମାନେ ସୀମା ପାରି ହୋଇ ଇରାନ ଚାଲିଯାଇଥିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking