41.1 C
Bhubaneswar
Sunday, April 28, 2024
Homeବଲିଉଡବିବାହ ବନ୍ଧନରେ ବାନ୍ଧି ହେଲେ ମୁକ୍ତି ମୋହନ

ବିବାହ ବନ୍ଧନରେ ବାନ୍ଧି ହେଲେ ମୁକ୍ତି ମୋହନ

ମୁମ୍ବାଇ: କଣ୍ଠଶିଳ୍ପୀ ନୀତି ମୋହନ ଏବଂ ନୃତ୍ୟଶିଳ୍ପୀ ଶକ୍ତି ମୋହନଙ୍କ ଭଉଣୀ ମୁକ୍ତି ମୋହନ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ସେ ଆଜି ତାଙ୍କ ପ୍ରେମିକ କୁନାଲ ଠାକୁରଙ୍କୁ ବିବାହ କରିଛନ୍ତି । ନିକଟରେ ମୁକ୍ତି ସୋସିଆଲ ମିଡିଆରେ ଏନେଇ ଫଟୋ ସେୟାର କରିଛନ୍ତି | ଆଉ ଫଟୋ ସେୟାର ପରେ ଏବେ ତାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ମୁକ୍ତି ମୋହନଙ୍କ ପ୍ରେମିକ କୁନାଲ ଠାକୁର ବୃତ୍ତି ଅନୁଯାୟୀ ଜଣେ ଅଭିନେତା | ଇନଷ୍ଟାଗ୍ରାମରେ କୁନାଲ ମଧ୍ୟ ବହୁତ ସକ୍ରିୟ ଅଛନ୍ତି।ମୁକ୍ତି ମୋହନ ଏବଂ କୁନାଲ ଠାକୁର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ନିଜ ବିବାହର ବହୁତ ସୁନ୍ଦର ସୁନ୍ଦର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ‘ତୁମ ସହିତ ଭେଟ ହେବା ଭାଗ୍ୟ | ଭଗବାନ, ପରିବାର ଏବଂ ବନ୍ଧୁମାନଙ୍କଠାରୁ ଆଶୀର୍ବାଦ ପାଇଥିବାରୁ ଆମେ କୃତଜ୍ଞ | ଜୀବନର ଏ ଯାତ୍ରା ପାଇଁ ଆପଣମାନେ ବି ଆମକୁ ଆଶୀର୍ବାଦ କରନ୍ତୁ’ | ଉଲ୍ଲେଖ ଥାଉ କି ମୁକ୍ତି ମୋହନ ବ୍ଲଡ଼ ବ୍ରଦର୍ସ, ସାହେବ, ବିବି ଓର ଗ୍ୟାଙ୍ଗଷ୍ଟର, ମୁରାନ୍, ଦାରୁଭୁ, ହେଟଷ୍ଟୋରି, ଟୋପିୱାଲା, କାଞ୍ଚି, ଦିଲ୍ ହେ ହିନ୍ଦୁସ୍ତାନୀ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking