ଭୁବନେଶ୍ୱର : ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ । ଟୁଇଟ୍ ଜରିଆରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ବିକାଶରେ ବିଷ୍ଣୁ ବାବୁଙ୍କ ଅତୁଳନୀୟ ଅବଦାନ ଥିଲା । ଜଣେ ପରିଶ୍ରମୀ ବିଧାୟକଭାବେ ତାଙ୍କର ନିଆରା ପରିଚୟ ଥିଲା ।ତାଙ୍କ ବିୟୋଗରେ ମୁଁ ମର୍ମାହତ , ପରିବାରକୁ ସମବେଦନା ଜଣାଉଛି ।
ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ । ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଏବଂ ସମର୍ଥକ ମାନଙ୍କୁ ସମବେଦନା । ଓଁ ଶାନ୍ତି
— Narendra Modi (@narendramodi) September 19, 2022
ବିଷ୍ଣୁ ସେଠୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଅଫିସିଆଲ ଟୁଇଟ ଜରିଆରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ଶୋକ । ଶ୍ରୀ ସେଠୀଙ୍କ ପରଲୋକରେ ସୃଷ୍ଟ ଶୂନ୍ୟସ୍ଥାନ ପୂରଣ ହେବା କଷ୍ଟକର । ତାଙ୍କ ପରିବାର , ଜ୍ଞାତି ପରିଜନଙ୍କୁ ସମବେଦନ ଜଣାଇଛନ୍ତି ରାଷ୍ଟ୍ରପତି ।
Saddened by the demise of Shri Bishnu Charan Sethi, a prominent public figure in Odisha. A prolific writer, Shri Sethi was an eminent legislator. His demise leaves a void which is difficult to fill. My heartfelt condolences to his family, well-wishers and followers.
— President of India (@rashtrapatibhvn) September 19, 2022