31.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁରବିଂଝାରପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବିଂଝାରପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଯାଜପୁର : ସୋମବାର ପୂର୍ବାହ୍ନରେ ବିଂଝାରପୁର ବ୍ଲକ ପଞ୍ଚାଯତ ସମିତି ସଭା ଗୃହରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହି ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ କୌଣସି ପ୍ରଶାସନର ଅଂଶ ବିଶେଷ । ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା । ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ । ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜଳ ଯୋଗାଣ, ଜମିଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଶୁଣାଣିରେ ମୋଟ ୯୦ ଟି ଅଭିଯୋଗ ମଧ୍ୟରୁ ୮୨ ଗୋଟି ବ୍ୟକ୍ତିଗତ ଓ ୮ ଗୋଟି ସାମୁହିକ ଆବେଦନପତ୍ର ମିଳିଥିଲା । ତନ୍ମଧ୍ୟରୁ ରେଡ୍କ୍ରସ ସହାୟତା ପାଇଁ ୧୫ ଟି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୧୧ ଗୋଟି ଆବେଦନର ଶୁଣାଣୀ ହୋଇଥିଲା । ତତ୍କାଳ ୪୧ ଟି ଅବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର,ଜିଲ୍ଲା ପରିଷଦ ର ମୁଖ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ , ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ଉପାଧ୍ୟାୟ,ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକରୀ ତିଳୋତମା ପୃଷ୍ଟି , ବିଂଝାରପୁର ଏ ବିଡିଓ , ଏବଂ ତହସିଲଦାର, ବିଂଝାରପୁର ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking