31.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଦେଶରେ ଚଳିତ ବର୍ଷ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା । ଯାହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ସେହି ଦେଶ କେଉଁ ଦେଶ ଜାଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏକ ମୁସଲମାନ ଦେଶ ଅର୍ଥାତ୍ ଆବୁଧାବିରେ ନିର୍ମିତ ହୋଇଥିବା ଏକ ହିନ୍ଦୁ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଫେବୃଆରୀରେ ଆବୁଧାବିରେ ବିଏପିଏସ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଏପିଏସ ସ୍ଵାମିନାରାୟଣ ସନ୍ଥା କହିଛନ୍ତି ଯେ ଆସନ୍ତା ବର୍ଷ ଫେବୃଆରୀରେ ୟୁଏଇର ରାଜଧାନୀ ଆବୁଧାବିରେ ଏକ ହିନ୍ଦୁ ମନ୍ଦିର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ସ୍ଵାମିନାରାୟଣ ସନ୍ଥଙ୍କ ଏକ ପ୍ରେସ ବିବୃତ୍ତି ଅନୁଯାୟୀ ସ୍ଵାମୀ ଇଶ୍ଵରଚରଣଦାସ ଏବଂ ସ୍ଵାମୀ ବ୍ରହ୍ମବିହାରୀଦାସଙ୍କ ନେତୃତ୍ୱରେ ବିଏପିଏସ ସଂଗଠନର ପ୍ରତିନିଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଭେଟି ଫେବୃଆରୀ ୧୪ରେ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆରବ ଦେଶରେ ମନ୍ଦିର ଉଦଘାଟନ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦୀ ନମ୍ରତାର ସହ ଗ୍ରହଣ କରିଛନ୍ତି। ଆବୁଧାବିରେ ପ୍ରାୟ ୧୦୮ ଫୁଟ ଉଚ୍ଚର ଥିବା ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମିତ କରାଯାଇଛି । ପଶ୍ଚିମ ଏସିଆର ଏହା ସର୍ବ ବୃହତ ମନ୍ଦିର । ଯେଉଁଥିରେ ୭୦୦କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ମନ୍ଦିରରେ ୪୦,୦୦୦ ଘନ ମିଟର ମାର୍ବଲ, ୧,୮୦,୦୦୦ଘନ ମିଟର ଷ୍ଟାଣ୍ଡଷ୍ଟୋନ ଏବଂ ୧.୮ ମିଲିୟନରୁ ଅଧିକ ଇଟା ବ୍ୟବହାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking