30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଆଇଆଇଏମ ସମ୍ବଲପୁରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଇଆଇଏମ ସମ୍ବଲପୁରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବଲପୁର : ଆଇଆଇଏମ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଦିନ ୧୧ ଟା ସମୟରେ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେସି ଲାଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ସଢଙ୍ଗୀଙ୍କ ସହିତ ସ୍ଥାନୀୟ ସାଂସଦ ଓ ବିଧାୟକ ମାନେ ଯୋଗ ଦେବେ । ଏହାସହ ବହୁ ସରକାରୀ ଓ ବେସରକାରୀ ସ୍ତରର ଅତିଥି ମାନେ ମଧ୍ୟ ସାମିଲ ହେବେ । ସମ୍ବଲପୁର ସହରର ବସୁନ୍ଧପୁର ଠାରେ ୪୦୧ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ ଏହି ଶିକ୍ଷାଅନୁଷ୍ଠାନ କ୍ୟାମ୍ପସ । ସେଥିପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି । ତେବେ ଆସନ୍ତା ୨୦୨୨ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତି ନିଆଯାଇଛି । ଏନେଇ ଆଇଆଇଏମ ନିର୍ଦ୍ଦେଶକ ପ୍ରଫସର ମହାଦେବ ଜୟସ୍ୱାଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking