ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘଣ୍ଟିକିଆ ‘ସ୍ବଚ୍ଛତା ଅଭିଯାନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି।‘ଫିଟ୍ନେସ୍ ଇନ୍ଫ୍ଲୁଏନ୍ସର୍’ ଅଙ୍କିତ ବୈୟାନପୁରିୟାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଜି ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ। ଏହି ସଫେଇ ସମୟର ଭିଡିଓ ଅଫିସିଆଲ୍ ‘ଏକ୍ସ୍’ ଆକାଉଣ୍ଟ୍ରେ ସେୟାର୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ସମଗ୍ର ଦେଶ ସ୍ବଚ୍ଛତା ଉପରେ ଧ୍ୟାନ ଦେଇଥିବା ବେଳେ, ଅଙ୍କିତ ବୈୟାନପୁରିୟାଙ୍କ ଓ ମୁଁ ମଧ୍ୟ ସେହି କାର୍ଯ୍ୟ କଲୁ! ସ୍ବଚ୍ଛତା ସହିତ ଆମେ ‘ଫିଟ୍ନେସ୍’ ଓ ‘ସୁସ୍ଥତା’ର ସମିଶ୍ରଣ କରିପକାଇଲୁ। ଏହା ହେଉଛି ସ୍ବଚ୍ଛ ଓ ସ୍ବସ୍ଥ ଭାରତର ଆବେଗଭରା ପରିବେଶ।