କଟକ: ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ଉପରେ ସମ୍ବିଧାନରେ ପ୍ରାଥମିକତା ଦେବା ଉଚିତ । ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଲେ ମ୍ୟାଡାମ ପ୍ରେସିଡେଣ୍ଟ । ବଂଚିତ ବର୍ଗକୁ ସୁବିଧାରେ ନ୍ୟାୟ ପ୍ରଦାନ ଆମ କର୍ତ୍ତବ୍ୟ ହେବା ଉଚିତ । କିଛି ଆଇନଜୀବୀ ବିନାମୂଲ୍ୟରେ ଆଇନ ଯୋଗାଉଛନ୍ତି ।
ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି । ହାଇକୋର୍ଟ ପ୍ରତିଷ୍ଠା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ମନ୍ତବ୍ୟ । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି । ନିୟମିତ ଶୁଣାଣି ଓ ତ୍ୱରିତ ନ୍ୟାୟକୁ ଗୁରୁତ୍ୱ ଦିଆଯାଉ । ବିଳମ୍ବିତ ନ୍ୟାୟ ପାଇଁ ବହୁ ନିର୍ଦ୍ଦୋଷଙ୍କ ଜୀବନ ଜେଲରେ କଟୁଛି । ଏମିତିକି ଧାର୍ଯ୍ୟ ଦଣ୍ଡଠାରୁ ଅଧିକ କାଳ ଜେଲରେ କଟାଇବାକୁ ପଡୁଛି । ସେହି ବିଳମ୍ବ ବଡ ଚିନ୍ତାର ବିଷୟ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି । ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କ ସହାୟ ହେବ । ଏକଥା ଆଗରୁ ମଧ୍ୟ ମୁଁ କହିଛି ବୋଲି କହିଛନ୍ତି ମହାମହିମ । ସମାଜର ଅନେକ ବର୍ଗ ମାମଲା ଲଢିବାକୁ ସମର୍ଥ ନୁହଁନ୍ତି । ବଞ୍ଚିôତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ,ଗୁରୁତ୍ୱ ମିଳିବା ଉଚିତ । ଏଥିପାଇଁ ଆଇନ ସହାୟତା ମିଳିଥିବାରୁ ଧନ୍ୟବାଦ ଦେଉଛି । ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।