ନୂଆଦିଲ୍ଲୀ : ତିନିଦିନିଆ ତାମିଲାନାଡୁ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ମାର୍ଚ୍ଚ ୯ ରୁ ୧୧, ୨୦୨୧ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତ କରିବେ। ଆଜି ସଂନ୍ଧ୍ୟାରେ ଚେନ୍ନାଇ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ( ବୁଧବାର) ଭେଲୋର ଗସ୍ତ କରି ଥିରୁଭାଲୁଭାର ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ପରେ ମାର୍ଚ୍ଚ ୧୧ ତାରିଖରେ ଚେନ୍ନାଇ ଆନ୍ନା ବିଶ୍ୱବିଦ୍ୟାଳୟର ୪୧ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ ୬ ରୁ ୭ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତ କରିଥିଲେ । ଗସ୍ତରେ ରାଷ୍ଟ୍ରପତି ଜବଲପୁରରେ ଅଲ ଇଣ୍ଡିଆ ଜୁଡିସିଆରୀ ଏକାଡେମୀକୁ ଉଦଘାଟନ କରିଥିଲେ । ଏହା ପରେ ରାଷ୍ଟ୍ରପତି ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଜନଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଗତ ମାସରେ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଗସ୍ତ କରିଥିଲେ ।