35.1 C
Bhubaneswar
Sunday, May 19, 2024
Homeଓଡିଶାଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗଣେଶ ଚତୁର୍ଥୀ। ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଜାନନଙ୍କ ପୂଜା । ଏହି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ବର୍ଷ ପରେ କୋରୋନା କଟକଣା ମୁକ୍ତରେ ଗଣନାଥଙ୍କ ପୂଜା ହେଉଥିବାରୁ ସବୁଆଡେ ଉତ୍ସବର ମହୋଲ ରହିଛି ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ବିଘ୍ନହର୍ତ୍ତା, ମଙ୍ଗଳମୂର୍ତ୍ତୀ ଭଗବାନ ଗଣେଶ ଜ୍ଞାନ, ସିଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ। ଶ୍ରୀଗଣେଶଙ୍କ ଆର୍ଶୀବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ମୋର କାମନା।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ” ଭଗବାନ ଶ୍ରୀଗଣେଶ ସସସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ ଏତିକି କାମନା। ଗଣପତି ବାପା ମୋରିଆ ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇ କହିଛନ୍ତି, ”ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking