20.1 C
Bhubaneswar
Thursday, January 23, 2025
Homeଓଡିଶାପୌର ନିର୍ବାଚନ ନେଇ ଚାଲିଛି ସଜବାଜ

ପୌର ନିର୍ବାଚନ ନେଇ ଚାଲିଛି ସଜବାଜ

ଭୁବନେଶ୍ୱର:  ଆଜି ପଂଚାୟତ ନିର୍ବାଚନର ଗଣତି ଶେଷ ପର‌୍ୟ୍ୟୟରେ ପଂହଚିଲାଣି ।ବହୁ ପଂଚାତର ପାର୍ଥୀମାନଙ୍କ ଭବିଷ୍ୟତ ପାଂଚବର୍ଷ ଯାଏ ନିଜ ହାତ ମୁଠାରେ । ଇତି ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ । ଆଗାମୀ ପୌର ନିର୍ବାଚନ ପାଇଁ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨ ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା । ଏହା ୭ ତାରିଖ ପର‌୍ୟ୍ୟନ୍ତ ଚାଲିବ । ମାର୍ଚ ୯ରେ ସମସ୍ତ ନାମାଙ୍କନ ପତ୍ରର ଯାଞ୍ଚ ହେବ । ପରେ ଆଗାମୀ ୨୪ରେ ପଡିବ ପୌର ଭୋଟ । ଏହାପରେ ୨୬ ତାରିଖ ଦିନ ଭୋଟ ଗଣତି ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ହେବ ନିର୍ବାଚନ । ତେବେ ଆଗୁଆ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କୁ ଇଭିଏମ୍ ପଠାସାରିଥିଲା । ଏପରିକି ନିର୍ବାଚନ କାର‌୍ୟ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍‌ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ତେବେ  ଦେଖିବାକୁ ବାକି ରହିଲା କିଏ ତେତେ ଆସନ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking