31.1 C
Bhubaneswar
Sunday, May 19, 2024
Homeଓଡିଶାବିନା ଲକ୍ଷଣରେ ଗର୍ଭବତୀ କରାନ୍ତୁନି କୋଭିଡ୍ ପରୀକ୍ଷା

ବିନା ଲକ୍ଷଣରେ ଗର୍ଭବତୀ କରାନ୍ତୁନି କୋଭିଡ୍ ପରୀକ୍ଷା

ଭୁବନେଶ୍ୱର : ବୃଦ୍ଧିପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ । ଏଥିଯୋଗୁଁ ସର୍ବାଧିକ ଭୟଭୀତ ଗର୍ଭବତୀ ମହିଳା ଏବଂ ପରିବାର । ଜଣେ ଗର୍ଭବତୀଙ୍କ ଠାରେ କୋଭିଡ୍ ପଜିଟିଭ୍ ହେଲେ ଏଥିରେ ଉଭୟ ମା’, ଶିଶୁର ଜୀବନ ଜଡ଼ିତ ଥିବାରୁ ମା’, ପରିବାର ଏବଂ ଡାକ୍ତରଙ୍କ ପାଇଁ ଭୟ ଏବଂ ଆଶଙ୍କା ରହିବା ସ୍ୱାମାଭିକ୍ । ୨୦୨୦, ୨୦୨୧ କରୋନାର ଉଭୟ ଲହରରେ କୋଭିଡ୍ ପଜିଟିଭ୍ ଚିହ୍ନଟ ସତ୍ତ୍ୱେ ମଧ୍ୟ ଅନେକ ମହିଳା ସୁରକ୍ଷିତ ପ୍ରସବ କରିଛନ୍ତି । ଏଥିରେ ବ୍ୟବସ୍ତ ହେବାର ଅବାଶ୍ୟକତା ନଥିବା କହିଛନ୍ତି ରାଜ୍ୟର ଦୁଇ ବିଶିଷ୍ଠ ସ୍ତ୍ରୀ-ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ଡ. ରାସେଶ୍ୱରୀ ପାଣିଗ୍ରହୀ ଏବଂ ଡ. ବେଣୁଧର ପାଣ୍ଡେ । ଘରେ କିଭ୍ୱା ଅନ୍ୟ କେଉଁଠି କୋଭିଡ୍ ପଜିଟିଭ୍ ଗର୍ଭବତୀଙ୍କ ପ୍ରସବ ନ କରାଇ ସିଧାସଳଖ କୋଭିଡ୍ ଡାକ୍ତରଖାନାରେ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ଭୀମସାର ସ୍ତ୍ରୀ ପ୍ରସୂତୀ ବିଭାଗ ଡାକତର ବେଣୁଧର ପାଣ୍ଡେ କହିଛନ୍ତି, ବର୍ଷେ ହେଲଶ ଅନେକ କୋଭିଡ୍ ପଜିଟିଭ୍‌ଙ୍କ ସୁରକ୍ଷିତ ପ୍ରସବର ଅନୁଭବ ରହିଛି । ତେଣୁ ଏଥିରେ ଭୟଭୀତ ହେବାର ନାହିଁ । ବର୍ତ୍ତମାନ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧଇ ପାଉଛି ସତ କିନ୍ତୁ ବିନା ଲକ୍ଷଣରେ କୌରଓି ଗର୍ଭବତୀଙ୍କ କୋଭିଡ୍ ପରୀକ୍ଷା କରାନ୍ତୁ ନାହିଁ । କିନ୍ତୁ ତାଙ୍କର ଲକ୍ଷଣ ଦେଖାଗଲେ ଯଥା ବାନ୍ତି, ଜ୍ୱର, ପତଳା ଝାଡ଼ା, ଥଣ୍ଡା, ତଣ୍ଟି କାଟିବା, ଆଘ୍ରାଣ ଶକ୍ତି ଏବଂ ସ୍ୱାଦ ହରାଇଲେ କୋଭିଡ୍ ପରୀକ୍ଷା କରାଇବା ଉଚିତ୍ । ଗର୍ଭର ୩ମାସ ମଧ୍ୟରେ ଗର୍ଭବତୀଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଶିଶୁକୁ ରଖିବା ନେଇ ଅଭିଭାବକମାନେ ଦ୍ୱାନ୍ଦରେ ଥାଆନ୍ତି । କୋଭିଡ୍ ଚିକିତ୍ସା ପାଇଁ ଯେଉଁ ଔଷଧ ଦିଆଯାଏ ତାକୁ ଖାଇବା ନେଇ ମଧ୍‌ୟ ସେମାନେ ସନ୍ଦେହରେ ଥାଆନ୍ତି । ଗର୍ଭସ୍ଥ ଶିଶୁର ମା’ଙ୍କୁ ବୁଝିବାକୁ ପଡ଼ିବ ଯେ, ଜିଙ୍କ, ବି କଂପ୍ଲେକ୍ସ, ପରାସିଟାମଲ୍ ଭଳି ଯେଉଁ ଔଷଧ ଡାକ୍ତର ତାଙ୍କୁ ଦେଉଛନ୍ତି, ସେ ନିଶ୍ଚିନ୍ତ ଖାଇବା ଉଚିତ୍ । କୋଭିଡ୍ ପଜିଟିଭ୍ ମା’ଙ୍କ ଗର୍ଭସ୍ଥ ଶିଶୁ ଉପରେ ଭୂତାଣୁର ନକାରାତ୍ୱକ ପ୍ରଭାବ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଉଥିବା ଗବେଷଣା ସପୂର୍ଣ୍ଣ ହୋଇନାହିଁ । ଯେତିକି ମଧ୍ୟ ଗବେଷଣା ହୋଇଛି, ସେଥିରୁ ଗେ।।ଟିଏ ମଧ୍ୟ ଗବେଷଣାରେ ଗର୍ଭପାତ କରିବା ପାଇଁ ପରାମର୍ଶ ଦିଆଯାଇ ନାହିଁ । ସେହି ଅନୁସାରେ ଅଭିଭାବକ ପଦକ୍ଷେପ ନେଇପାରିବେ । ଧରାଯାଉ, ମା’ ଗର୍ଭ ରଖିବା ପାଇଁ ନିଷ୍ପତି ନେଲେ, ତେବେ ବର୍ତ୍ତମାନ କରୋନାର ଦ୍ୱତୀୟ ଲହରକୁ ଦୃଷ୍ଟି ଦେଇ ଆମେ ପରାମର୍ଶ ଦେବୁ ଯେ, ୩ମାସ, ୩ରୁ ୭ମାସ ମଧ୍‌ୟରେ ପରୀକ୍ଷା କରିବା ସହିତ ପଅସବ ଡାକ୍ତରଖାନାରେ କରାନ୍ତୁ ।

ଆଉ ଏକ ଘଟଣାରେ ଧରାଯାଉ, ୧୦ ମାସ ଗର୍ଭବତୀଙ୍କ ଠାରେ ଲକ୍ଷଣ ଦେଖାଯିବ । କିନ୍ତୁ ଗର୍ଭବତୀଙ୍କୁ କୌରଓି ପୀଡ଼ା ହେଉନଥିବ । ତେବେ ସେ ୧୪ ଦିନ ସଗରୋଧରେ ରହିବା ଉଚିତ୍ । ପରାମର୍ଶ ଅନୁସାରେ ଔଷଧ ଖାଇବେ । ଏହି ସମୟରେ କୌଣସି ପ୍ରକାର କୃତିମ ପ୍ରସବ କରିବା କରିବା ଉଚିତ୍ ନୁହେଁ । ପ୍ରାକୃତିକ ଭାବରେ ପୀଡ଼ା ଆରମ୍ଭ ହେଲେ ଅଲ୍‌ଟ୍ରାସାଉଣ୍ଡ କରାଯିବ । ଜରୁରୀ ହେଲେ କୃତୀମ ପୀଡ଼ା କରାଇ ଆର୍ଟିଫିସିଆଲ୍ ପ୍ରସବ କିମ୍ବା ଅସ୍ତ୍ରାପ୍ରଚାର କରାଯିବ । ନଚେତ୍ ସ୍ୱଭୋବିକ୍ ଭାବେ ଲେବର୍ ରୁମ୍‌ରେ ପ୍ରସବ ହେବ । ଅନେକ କ୍ଷେତ୍ରରେ ଗଭ୍ରବତୀ ଆସିଲେ ପ୍ରସବ ପୂର୍ବରୁ ତାଙ୍କର କୋଭିଡ୍ ପରୀକ୍ଷା ହୁଏ । କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ, କୋଭିଡ୍ ଡାକ୍ତରଖାନାରେ ଥିବା ଡେଡିକେଟେଡ୍ ଲେବର ରୁମ୍ , ଓଟି ରହିଛି । ସେଠାରେ ଥିବା ଏହି କାର୍ଯ୍ୟ ପାଇଁ ନିଯୁକ୍ତ ଡାକ୍ତର ସୁରକ୍ଷିତ ପ୍ରସବ କରିବେ ।

ଗର୍ଭର ପ୍ରଥମ ମାସରେ ମହିଳା କୋଭିଡ୍ ପଜିଟିଭ୍ ହୋଇ ସୁସ୍ଥ ହେଲେ ଶିଶଉ ସଂକ୍ରମିତ ହେବାର ଆଶଙ୍କା ନଥାଏ । ଅନ୍ତିମ ମାସରେ ମହିଳାଙ୍କ ଠାରେ କୋଭିଡ୍ ପଜିଟିଭ୍ ହେଲେ, ଶିଶୁ ମଧ୍ୟ ସଂକ୍ରମିତ ହେବାର ସର୍ବାଧିକ ସମ୍ଭବନା ରହିଛି । କୋଭିଡ୍ ପଜିଟିଭ୍ ମା’ ସୁସ୍ଥ ହେବା ପର୍ଯ୍ୟନ୍ତ ନିଜ ଶିଶୁ ଠାରୁ ଦୂରରେ ରୁହନ୍ତୁ । ସ୍ତନ୍ୟପାନ କିମ୍ବା ନ ଛୁଆଁଇବାକୁ ଉଭୟ ଡାକ୍ତର ରସେଶ୍ୱରୀ ପାଣିଗ୍ରହୀ ଏବଂ ବେଣୁଧର ପାଣ୍ଡେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking