35.1 C
Bhubaneswar
Thursday, May 7, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା : ଆଲର୍ଟରେ ଶକ୍ତି ବିଭାଗ; ତ୍ୱରିତ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ, ଷ୍ଟାଣ୍ଡବାଇରେ ୩୩...

ସମ୍ଭାବ୍ୟ ବାତ୍ୟା : ଆଲର୍ଟରେ ଶକ୍ତି ବିଭାଗ; ତ୍ୱରିତ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ, ଷ୍ଟାଣ୍ଡବାଇରେ ୩୩ ହଜାର କର୍ମଚାରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ସରକାର। ବିଶେଷ ଭାବେ କୃଷି ଓ ଶକ୍ତି ବିଭାଗ ଆର୍ଲଟରେ ଅଛନ୍ତି। ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ମୁଖ୍ୟାଳୟ ଛାଡ଼ି ନଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।

ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟରେ ତ୍ୱରିତ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ ଦିଆଯାଇଛି। ଶକ୍ତି ବିଭାଗର ୩୩ ହଜାର କର୍ମଚାରୀ ଷ୍ଟାଣ୍ଡବାଇରେ ଅଛନ୍ତି। ଆବଶ୍ୟକ ପରିମାଣର ବିଦ୍ୟୁତ ଉପକରଣ ମହଜୁଦ ରଖାଯାଇଛି। ତ୍ୱରିତ ଭାବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟକୁ ଯେପରି ବିଦ୍ୟୁତ ସଂଯୋଗ ବ୍ୟାଘାତ ନହୁଏ ସେଥିପାଇଁ ପଦକ୍ଷେପ ନିଆଯାଇଥିବା ଶ୍ରୀ ସିଂଦେଓ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking