30.1 C
Bhubaneswar
Saturday, May 4, 2024
Homeଓଡିଶାଭଙ୍ଗା ଟ୍ରଲି ଉପରେ ଦିନ କାଟୁଛନ୍ତି ଅର୍ଜୁନଙ୍କ ପରିବାର

ଭଙ୍ଗା ଟ୍ରଲି ଉପରେ ଦିନ କାଟୁଛନ୍ତି ଅର୍ଜୁନଙ୍କ ପରିବାର

ଝାରସୁଗୁଡା : କରୋନା ନିଜର କାୟା ସାରା ବିଶ୍ୱରେ ବିସ୍ତାର କରି ଚାଲିଛି । କରୋନା ଭୂତାଣୁ ସଂକ୍ରମଣରୁ ଦେଶ ତଥା ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକରା ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ଏହି ସମୟରେ ଆର୍ଥିକ ସ୍ୱଚ୍ଛଳ ଲୋକେ ଘରେ ରହି ପରିବାର ସହ ଦିନ କାଟୁଛନ୍ତି । ହେଲେ ଏହି ଲକଡାଉନ୍ ବାସହୀନ ଓ ଦିନ ମଜୁରିଆଙ୍କ ପାଇଁ ପାଲଟିଛି ଦୁଃଖ । ସମସ୍ତେ କରୋନା ଭୟରେ ଘରେ ରହୁଥିବାବେଳେ ଏହି ବାସହୀନମାନେ ଷ୍ଟେସନର ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଏମିତି ନିଃସହାୟ ଅବସ୍ଥାରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଏକ ଭଙ୍ଗା ଟ୍ରଲି ରିକ୍ସାରେ ନିଜ ପରିବାର ସହ ଦିନ କଟୁଛନ୍ତି ଅର୍ଜୁନ ସିଂହ (୨୮)ଓ ତାଙ୍କ ପରିବାର । ପରିବାର କହିଲେ ତାଙ୍କ ସ୍ତ୍ରୀ ଅଞ୍ଜଳି(୨୨) ଏବଂ ଚାରି ବର୍ଷ, ଦେଢ଼ ବର୍ଷ ଓ ଛଅ ମାସର ତିନୋଟି ସନ୍ତାନ । ବାପା ବିହାରରୁ ଆସି ଝାରସୁଗୁଡ଼ାରେ ରିକ୍ସା ଚଲାଇବା ସହ ଦିନ ମଜୁରି କରୁଥିଲେ । ବାପା ଓ ମାଙ୍କ ଦେହାନ୍ତ ପରେ ଅର୍ଜୁନ ମଧ୍ୟ ଟ୍ରଲି ରିକ୍ସାକୁ ନିଜର ଜୀବିକା ଆକାରରେ ଗ୍ରହଣ କରିଥିଲେ । ରିକ୍ସା ପ୍ୟାଡଲରେ ହିଁ ଚଳୁଥିଲେ, ଚଳୁଥିଲା ଅର୍ଜୁନଙ୍କ ପରିବାର । ହେଲେ ଏବେ ମହାମାରୀ କରୋନା ସବୁ ଛଡାଇ ନେଇଛି । ଏବେ ଝାରସୁଗୁଡା ଜିଲ୍ଲା ଲକଡାଉନ ଥିବାରୁ ଅର୍ଜୁନଙ୍କ ରିକ୍ସା ଗଡୁନି । ଅନ୍ୟପଟେ ରେଳଷ୍ଟେସନ ବନ୍ଦ ଥିବାରୁ ତାଙ୍କ ମୁଣ୍ଡରେ ଛାତ ମଧ୍ୟ ନାହିଁ । ଏହିପରି ନିସହାୟ ଅବସ୍ଥାରେ ଷ୍ଟେସନ ବାହାରେ ଭଙ୍ଗା ଟ୍ରଲିରେ ଦିନ କାଟୁଥିବା ଅର୍ଜୁନଙ୍କ ମୁଣ୍ଡରେ ୪ ପ୍ରାଣୀ କୁଟୁମ୍ବର ପେଟ ପୋଷିବା ନେଇ ଚଡ଼କ ପଡିଛି । ମାରାତ୍ମକ କରୋନା ଯୋଗୁଁ ଆଜିକୁ ୧୧ ଦିନ ହେଲା ଝାରସୁଗୁଡ଼ାର ସବୁ ବନ୍ଦ ରହିଛି । ଫଳରେ ଅର୍ଜୁନ ଓ ତାଙ୍କ ପରିବାରଙ୍କ ମୁହଁରୁ ଯେପରି ଖୁସି ହଜି ଯାଇଛି । ଗୋଟିଏ ପଟେ ଖାଇବା ଚିନ୍ତା ତ ଅନ୍ୟପଟେ କରୋନାର ଭୂତାଣୁ ସଂକ୍ରମଣର ଶିକାର ହେବା ଭୟ । ତେବେ ଏହି ପରିସ୍ଥିତିରେ ମଧ୍ୟ ଅର୍ଜୁନ ହାର ମାନି ନାହାନ୍ତି । ସେ କହିଛନ୍ତି କରୋନାର ଭୟାବହତା କିଛି ଦିନ ମଧ୍ୟରେ ଶେଷ ହେଇ ଯିବ । ପୁଣି ସହର ଚଳଚଞ୍ଚଳ ହେବ ଓ ମୁଁ ପରିଶ୍ରମ କରି ନିଜ ପରିବାରକୁ ମୁଠାଏ ଖାଇବାକୁ ଦେବାରେ ସମର୍ଥ ହେବି ବୋଲି ସେ କହିଛନ୍ତି । ଅନ୍ୟପଟେ ଏନେଇ ଝାରସୁଗୁଡା ପୌର କାର୍ଯ୍ୟ ନିର୍ବାହି ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଅର୍ଜୁନ ପରି ସମସ୍ତ ବାସହୀନ ଦିନ ମଜୁରିଆଙ୍କୁ ପ୍ରଶାସନ ପକ୍ଷରୁ ତିନି ଟାଇମ ଖାଇବା ଯୋଗାଇ ଦିଆଯାଉଛି । ସେମାନଙ୍କ ଖାଇବା ଓ ସୁରକ୍ଷା ପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି । ଅନ୍ୟପଟେ ଅର୍ଜୁନ କହିଛନ୍ତି ନିଜ ପରିଶ୍ରମରେ ଅର୍ଜିତ ଖାଇବାର ଖୁସି ସରହାରୀ ସାହାଯ୍ୟରେ ମିଳୁଥିବା ଖାଇବାଠୁ ଢେର ଅଧିକ । ହେଲେ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇ ଚଳ,ବାହାରକୁ ନ ବାହରିବା ପାଇଁ ପରାମର୍ଶ ଦେଇଥିବାରୁ ସେ ମଧ୍ୟ କୌଣସି ସ୍ଥାନକୁ ନ ଯାଇ ରିକ୍ସାରେ ନିଜ ପରିବାସହ ଦିନ କାଟୁଛନ୍ତି । କାରଣ ସେଇ ରିକ୍ସା ହିଁ ତାଙ୍କର ଘର ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking