30.1 C
Bhubaneswar
Wednesday, April 24, 2024
Homeଓଡିଶା୬ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଗଲା

୬ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଗଲା

ପାଇକମାଳ : ରାୟପୁର ନିକଟସ୍ଥ ଚୋରଦାରେ ରାଜମିସ୍ତ୍ରୀ କାମ କରୁଥିବା ୬ଜଣ ଶ୍ରମିକ ୫ଦିନ ହେଲା ଚାଲି ଚାଲି ଆସି ଶୁକ୍ରବାର ପାଇକମାଳ ଛକରେ ପହଞ୍ଚିଥିଲେ । ସେଠାରେ ପୁଲିସ ସେମାନଙ୍କୁ ପଚରାଉଚରା କରିବାରୁ ସେମାନେ ସମସ୍ତେ ନୟାଗଡ ଜିଲ୍ଲା ଶରଣପୁର ଥାନା ବଉଁସାଶାସନ ଗ୍ରାମର ବୋଲି କହିଥିଲେ । ଦୀର୍ଘଦିନ ହେଲା ରାୟପୁରରେ ରହି ରାଜମିସ୍ତ୍ରୀ କାମ କରୁଥିଲେ । ସେଠାରେ ଠିକାଦାର ଛାଡି ପଳାଇଯିବାରୁ ଖାଇବାକୁ ନପାଇ ୫ଦିନ ହେଲା ଚାଲିଚାଲି ଆସୁଥିଲେ । ବାଟରେ ବଦାନ୍ୟ ବ୍ୟକ୍ତି ଓ ପେଟ୍ରୋଲ୍ ଟାଙ୍କି ରେ ଏବଂ ବିସ୍କୁଟ ଖାଇ ରହିଥିଲେ ।ଗୁରୁବାର ରାତିରେ ନୂଆପଡାରେ ରହିଥିଲେ । ନୂଆପଡାରୁ ଆଜି ଚାଲି ଚାଲି ଆସୁଥିବା ବେଳେ ପାଇକମାଳ ଛକରେ ପୁଲିସ୍ ଅଟକାଇ ପାଇକମାଳ ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ରଖାଯାଇଛି । ସେମାନେ ହେଲେ ଧୁଷା ନୟକ(୪୫) ବାବୁଲା ନୟକ(୩୬) କୁନା ନାୟକ(୧୮) ବାବୁ ନାୟକ(୨୫)ସନିଆ ନାୟକ(୧୮) ନିଲୁ ନାୟକ(୧୮) ସମସ୍ତେ ଗୋଟିଏ ଗ୍ରାମର ବୋଲି ଜଣାପଡିଛି ।ପାଇକମାଳ ପଞ୍ଚାୟତର ସରପଞ୍ଚ ଧବଳେଶ୍ୱର ସାହୁ ସେମାନଙ୍କୁ ସରକାରଙ୍କ ଯୋଜନାରେ ରନ୍ଧା ହୋଇଥିବା ଖାଦ୍ୟ ଯୋଗାଇ ଦେଇଥିଲେ । ପାଇକମାଳ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଶ୍ରମିକଙ୍କୁ ବୁଝାଇ ସରକାରଙ୍କ ନିୟମ ପାଳନକରି ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବା ପାଇଁ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking