18.1 C
Bhubaneswar
Saturday, November 23, 2024
Homeଓଡିଶାଅନାହାରେର ବିତୁଛି ଅସହାୟ ବାପ,ଝିଅଙ୍କ ଜୀବନ, ଦରଫୁଟା ଭାତକୁ ପିତା ଶାଗ ଭରସା

ଅନାହାରେର ବିତୁଛି ଅସହାୟ ବାପ,ଝିଅଙ୍କ ଜୀବନ, ଦରଫୁଟା ଭାତକୁ ପିତା ଶାଗ ଭରସା

ନୟାଗଡ଼ : ଚାଳେର ନଡ଼ା ଖେଣ୍ଡ ନଥିବା େବେଳ ଖଜୁରୀପତ୍ର ଓ ଚିରା ଜରିପାଲ ଢାଙ୍କୁଣି ହୋଇ ରହିଥିବା ଦଦରା କୁଡ଼ିଆ ମଧ୍ୟେର ବିତୁଛି ବାପା ଓ ଝିଅଙ୍କ ଜୀବନ । ଏହାରି ମଧ୍ୟେର ଅସହ୍ୟ କରୁଛି ପେଟର ଭୋକ ଯନ୍ତ୍ରଣା । ଲୁଣ ଥେôଲ ତେଲ ନାହିଁ କି ଚାଉଳ ଥେôଲ ଡାଲି ନାହିଁ । ରୋଗାଗ୍ରସ୍ତ ବାପାଙ୍କୁ ସାଥେୀର ଧରି ଦରଫୁଟା ଭାତ ସାଙ୍ଗକୁ ପିତା ଶାଗ ଖରଡ଼ୋର ଅଧିକାଂଶ ସମୟ ବିତୁଛି ଜୀବନ । େହେଲ ସରକାରୀ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ବାପା ରୋଗାଗ୍ରସ୍ତ ହେବାପେର ପାଠପଡ଼ା ଛାଡ଼ି ମାତ୍ର ୧୬ ବର୍ଷ ବୟସେର ଦାଦନ ଖଟିବାକୁ ଯାଇଥିବା ନାବାଳିକା ଝିଅର ମୁଣ୍ଡରୁ େଏବବି ପରିବାରର ବୋଝ ଓହ୍ଲାଇ ନଥିବା ଦେଖିବାକୁ ମିଳିଛି । ଦଶପଲ୍ଲା ବ୍ଲକ ଅନ୍ତଗର୍ତ ସରିଗଣ୍ଡା ପଞ୍ଚାୟତ ସାତଝରୀ ସ୍ଥିତ ମେଡ଼ିକୁପା ଗ୍ରାମେର ଏଭଳି ଦାରୁଣ ଚିତ୍ର ସରକାରୀ ବିଦ୍ଧି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗ୍ରାମର ଆଦିବାସୀ ସମୁଦାୟର ଛବି ଜାନୀ(୪୫) । ଗତ ପ୍ରାୟ ୬ ମାସ ତେଳ ପିଣ୍ଢୋର ଶୋଇଥିବା େବେଳ ବାମ ଗୋଡ଼କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା । ଜୀବନ ସିନା ବଞ୍ôଚ ଗଲା, େହେଲ ସେହି ଦିନଠାରୁ ଗୋଡ଼େର ଘା’ ହୋଇ ଗୁରୁତର ହୋଇ ପଡ଼ିଛି । ସେ ଏକ ପ୍ରକାଶ ଅକ୍ରମଣ୍ୟ ହୋଇପଡ଼ିଥିବା େବେଳ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି । ୧୬ ବର୍ଷ ବୟସେର ଝିଅ ତୁଳସୀ ପାଠପଢ଼ା ଛାଡ଼ି ଦାଦନ ଖଟିବା ପାଇଁ ଘରୁ ଗୋଡ଼ କାଢ଼ିଥେôଲ । ଏହାରି ମଧ୍ୟେର ମହାମାରୀ କେରାନା ପାଇଁ ତୁଳସୀ ରୋଜଗାର ହରାଇ ବସେିଲ । ମାଆ ସୁବା ଜାନୀ ଗତ ୨୦୨୦ ଡେିସମ୍ବର ମାସେର ସର୍ପାଘାତେର ମୃତ୍ୟୁ ହୋଇଥିବା ଖବର ପାଇ ଘରକୁ ଚାଲି ଆସିଥେôଲ । ରୋଜଗାର କରି ଆଣିଥିବା ସ୍ୱଳ୍ପ ଟଙ୍କୋର ମାଆଙ୍କ ସୁଧକ୍ରିୟା କେଲ । େହେଲ ମାଆଙ୍କ ବ୍ୟବେଛଦ ହୋଇନଥିବା ହେତୁ କୌଣସି ସରକାରୀ ସହାୟତା ମିଳିଲାନାହିଁ । ତୁଳସୀ, ଭଉଣୀ ସରସ୍ୱତୀ(୧୦) ଏବଂ ଭାଇ ଅୋଲାକ(୮)ଙ୍କ ସେମତ ବାପାଙ୍କ ବୋଝ ସମ୍ଭାଳିବାକୁ ପଡ଼ିଥିଲା । ଚାଇଲ୍ଡଲାଇନ୍ ସରସ୍ୱତୀ ଏବଂ ଅୋଲାକଙ୍କୁ ନିଜ ହେପାଜତ୍‌କୁ ନେଇଛି । େହେଲ ଏହି ବାପା ଓ ଝିଅ େଏବ ପ୍ରଶାସନ ପାଇଁ େଅଲାଡ଼ା ହୋଇ ରହିଛନ୍ତି । ସରକାରୀ ସହାୟତା କହେିଲ ମାତ୍ର ୨୦ କିଗ୍ରା ଚାଉଳ ମିଳୁଛି । ଦୁଃଖକଷ୍ଟେର ପେଟକୁ ଭାତ ମେୁଠ ମିଳି ଯାଉଥିବା େବେଳ ପରିବା କଷେିଟ କିଣିବା ପାଇଁ ପାଖେର ଟଙ୍କାଟିଏ ନାହିଁ । ଯାହାକି ବଣ ଜଙ୍ଗଲରୁ ସଂଗ୍ରହ କରି ଆଣୁଥିବା ପିତା ଶାଗ ଏମାନଙ୍କ ପାଇଁ ସାହାରା ସାଜିଛି । ଏପେଟ ଚିକିତ୍ସା ଅଭାବରୁ ଛବିଙ୍କ ଗୋଡ଼ଟି ଦିନକୁ ଦିନ ଗୁରୁତର ହୋଇ ପଡ଼ିଲାଣି । ବାପାଙ୍କ ପାଇଁ ଔଷଧ କିଣିବା ସହ ପରିବାର ଚଳାଇବା ପାଇଁ ଅର୍ଥ ଅଭାବ ହେତୁ ତୁଳସୀ ଗତ କିଛି ଦିନ ହେଲା କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି । ଏଭଳି ଦୁଦ୍ଦିର୍ନକୁ ନେଇ ଗତ ୨୩ ତାରିଖ ଦିନ ସହାୟତା ଆଶୋର ଛବି ବ୍ଲକ୍ କାର୍ଯ୍ୟାଳୟେର ପହଞ୍ôଚଥେôଲ । ବିଡିଓଙ୍କୁ ଭେଟି ଯାହାକିଛି ଗୁହାରି କରିଥୋନ୍ତ । େହେଲ ପଞ୍ଚାୟତ ସମିତି ବୈଠକ ହେତୁ ଦୀର୍ଘ ସମୟ ଧରି େଅପକ୍ଷା କରି ନିରାଶ ହୋଇ ଫେରିଥିବା କହିଛନ୍ତି । ଗୋଟିଏ ପାଶ୍ୱର୍ରେ ସରକାର ଅସହାୟ ତଥା ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନୋର ଜାଗା ଯୋଗାଇ ଦେବା ସହ ମୁଣ୍ଡଗୁଞ୍ଜି ରହିବା ପାଇଁ ଆବାସ ଯୋଗାଇ ଦେଉଥିବା େବେଳ ରେକର୍ଡ ଜାଗା ନଥିବା ହେତୁ ଘରଖେଣ୍ଡ ମିଳି ପାରୁନି । ବସୁନ୍ଧରା ଯୋଜନୋର ଜାଗା ପାଇବା ପାଇଁ ବହୁବାର ଦରଖାସ୍ତ କରିଥିବା େବେଳ ଏଯାବତ୍ ନା ମିଳୁଛି ଜାଗା ନା ମିଳି ପାରୁଛି ଘର । ଏହି ପରିବାର ପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟେିଦବା ଆବଶ୍ୟକ ହୋଇ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking