24.1 C
Bhubaneswar
Saturday, November 14, 2026
Homeଦେଶ ବିଦେଶଦିଲ୍ଲୀକୁ ଘାରିଲା ପ୍ରଦୂଷଣ ଚିନ୍ତା: ୭ଟି ଷ୍ଟେସନରେ AQI ଗମ୍ଭୀର

ଦିଲ୍ଲୀକୁ ଘାରିଲା ପ୍ରଦୂଷଣ ଚିନ୍ତା: ୭ଟି ଷ୍ଟେସନରେ AQI ଗମ୍ଭୀର

ନୂଆଦିଲ୍ଲୀ : କମୁନି ଦିଲ୍ଲୀର ବାୟୁ ପ୍ରଦୂଷଣ । ଲଗାତାର ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI)। ସହରର ୫୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୭ଟିରେ ପ୍ରଦୂଷଣ ସ୍ତର ‘ଗମ୍ଭୀର’ ବର୍ଗକୁ ପହଞ୍ଚିଛି ।ରିପୋର୍ଟ ଅନୁଯାୟୀ, ଗତକାଲି ଦିଲ୍ଲୀର ହାରାହାରି AQI ୩୭୩ ରେକର୍ଡ କରାଯାଇଥିଲା । ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ଭାବେ PM2.5କୁ ଚିହ୍ନଟ କରାଯାଇଛି । ପ୍ରାୟ ୫୦ଟି ମନିଟରିଂ ଷ୍ଟେସନରେ ଏହା ପ୍ରମୁଖ ପ୍ରଦୂଷକ ଭାବେ ରହିଛି । ସେହିପରି ୮ଟି ଷ୍ଟେସନରେ AQI ‘ଖରାପ’ ବର୍ଗରେ ରହିଥିବାବେଳେ କେବଳ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଏହା ‘ମଧ୍ୟମ’ ସ୍ତରରେ ରେକର୍ଡ ହୋଇଛି । ଭୀଷଣ ପ୍ରଦୂଷଣ ସାଙ୍ଗକୁ ସହରରେ ମଧ୍ୟମ ଧରଣର କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଛି ।ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିରେ ବଡ଼ଧରଣର ସୁଧାର ହେବାର ସମ୍ଭାବନା କମ୍ । ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିପାରେ । ଏଭଳି ସ୍ଥିତିରେ ବୟସ୍କ ବ୍ୟକ୍ତି ଓ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କୁ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking