ନୂଆଦିଲ୍ଲୀ:ଦିଲ୍ଲୀର ରାମଲୀଳା ମୈଦାନରେ ଧାରଣା, ବିକ୍ଷୋଭ ଓ ସାଧାରଣ ସଭା ଆୟୋଜନ ପାଇଁ ଲାଗୁ ହେଲା ନୂଆ ନିୟମ । ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଜାରି ହୋଇଛି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP । ନୂଆ ନିୟମ ଅନୁସାରେ, ଗୋଟିଏ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ହଜାର ଲୋକଙ୍କ ସମାଗମକୁ ଅନୁମତି ମିଳ
ସେହିପରି ଧାରଣା ଓ ବିକ୍ଷୋଭ ପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅର୍ଥାତ୍ ସର୍ବାଧିକ ୭ ଘଣ୍ଟା ଧରି ଆନ୍ଦୋଳନ କରିପାରିବେ ଆୟୋଜକ। ଏଥିପାଇଁ ଅତି କମ୍ରେ ୧୦ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ ନିକଟରେ ଆବେଦନ କରିବାକୁ ପଡ଼ିବ ।କେବଳ ସେତିକି ନୁହେଁ, କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ MCDଠାରୁ ରାମଲୀଳା ମୈଦାନ ଉପଲବ୍ଧ ଥିବା ନେଇ ପ୍ରମାଣପତ୍ର ନେବାକୁ ହେବ । ଏହାପରେ ଦିଲ୍ଲୀ ପୋଲିସର ଅନୁମତି ଆବଶ୍ୟକ ହେବ । ଏହାସହ ରାଲି ଓ ଶୋଭାଯାତ୍ରା ଆୟୋଜନ ଉପରେ ମଧ୍ୟ କଟକଣା ରହିଛି । ଆନ୍ଦୋଳନ ସମୟରେ ରାସ୍ତା, ଫୁଟପାଥ୍ କିମ୍ବା ଜରୁରୀକାଳୀନ ଯାତାୟାତ ମାର୍ଗ ଅବରୋଧ କରିବାକୁ ମନା କରାଯାଇଛି । ରାମଲୀଳା ମୈଦାନରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ଦିଲ୍ଲୀ ପୁଲିସ ।










