30.1 C
Bhubaneswar
Monday, May 20, 2024
Homeଓଡିଶାଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା

ଯାଜପୁର:  ଯାଜପୁର ଜିଲ୍ଲାର ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଦଳର ମଧ୍ୟରେ ଶୀତଳ ଯୁଦ୍ଧ ତ୍ରୀବ୍ର ରୂପ ଧାରଣ କରି ଏବେ ପଦାକୁ ଆସିଛି । ବିଧାୟକ ଙ୍କ ବିରୋଧ ରେ ଗୋଟିଏ ଗୋଷ୍ଟି ବାହାରି ନିର୍ବାଚନ ମଣ୍ଡଳୀ ର ହେଉ ଥିବା ବିଭିନ୍ନ ଦୃନୀତି କୁ ବିରୋଧ କରୁ ଥିବା ରୁ ବିଧାୟକ ଙ୍କ ସମର୍ଥନ ମାନେ ହରଡ଼ ଗଣା ରେ ପଡିଛନ୍ତି କ୍ଷ ବିଧାୟକ ଙ୍କ ଗୋଷ୍ଟି ଓ ଅସନ୍ତୋସ୍ଟ ଗୋଷ୍ଟି ମଧ୍ୟ୍ୟ ରେ ଶୀତଳ ଯୁଦ୍ଧ କିଛି ଦିନ ହେଲା ଲାଗି ରହି ଥିଲା । ବିଜେଡି ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବିଜେଡି ନେତା ସତୀଶ ବିଶ୍ୱାଳ ଓ ତାଙ୍କ ଗୋଷ୍ଠୀ ଧର୍ମଶାଳାରେ ଚାଲିଥିବା ସ୍ୱେଚ୍ଛାଚାର ଏବଂ ଦୁର୍ନିତି ଶାସନ ଉପରେ ସ୍ୱର ଉତୋଳନ କରୁଛନ୍ତି । ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଅଭିଯୋଗ କରାଯିବା ପରେ ବୃନ୍ଦାଦେଇପୁର ପଂଚାୟତର ଜଣେ ଅସନ୍ତୋସ୍ଟ ବିଜେଡି ନେତା ରଂଜନ ଦାସଙ୍କୁ ବିଧାୟକଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ତେବେ ଧର୍ମଶାଳାରେ ବି.ଜେ.ଡିରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି କ୍ଷ ବିଜେଡ଼ି ଦଳ ଗୁମର ଲୋକଲୋଚନକୁ ଆସୁଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସରକାରୀ ଯୋଜନା ର ସାଧାରଣ ଲୋକଙ୍କ ଠାରୁ ଦୁରେଇ ଯାଉଛି କ୍ଷ ବିଜେଡ଼ି ଦଳର ବଡ଼ ପଣ୍ଡା ମାନେ ଯୋଜନା ଗୁଡିକୁ କଳାକୁ ଧଳା କରି ହାତେଇ ନେଉ ଥିବା ବେଳେ ସାଧାରଣ ଜନତା ଭକୁଆ ବନାଉଛନ୍ତି  ଏହି କାରଣରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ଗୋଷ୍ଟି ବିରୋଧ କରି ବିଜେଡ଼ି ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଫେରାଦ ହେବାରୁ ବିଜେଡ଼ି ୨ଗୋଷ୍ଟି ମଧ୍ୟରେ ଫାଟ ସୃଷ୍ଟି ହୋଇ ହତା ହାତି ହେଲା ।
ଖବରରୁ ପ୍ରକାଶ ଯେ , ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟରେ ସରକାର ଙ୍କ ଯୋଜନା, ର ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟରେ ହେଉଥିବା ଦୁର୍ନିତି ନେଇ ବିଜେଡିର ଟାଣୁଆ ନେତା ରଂଜନ ଦାସଙ୍କ ଓ ସତୀଶୀ ବିଶ୍ୱାଳ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ଦୃନୀତି ଅଭିଯୋଗ ପ୍ରଦାନ କରାଯାଇଥିଲା । ଏଥିନେଇ ୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ପଂଚାୟତର ଦୁର୍ନିତି ନେଇ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ହେବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ ନଂ-୭୪୮୭ ତା୦୬.୧୧.୨୦ କରାଯାଇଛି । ଏହାସହ ପଂଚାୟତବାସୀଙ୍କ ଅଭିଯୋଗକୁ ଭିତି କରି ସତୀଶ ବିଶ୍ୱାଳଙ୍କ ତରଫରୁ ଏଥିନେଇ ଓଡିଶା ହାଇକୋର୍ଟରେ ମଧ୍ୟ ମାମଲା ନଂ. ଡବଲ୍ୟୁ.ପି.ସି ନଂ. ୩୦୨୩୩ ରୁଜୁ ହୋଇଛି । । ଏହାର ଆକ୍ରୋଶରେ ଆଜିସୋମବାର ରଂଜନ ଦାସଙ୍କୁ ବୃନ୍ଦାଦେଇପୁର ଠାରେ ଦହିପୁର ଗ୍ରାମର ଧ୍ରୁବ ଚରଣ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାତ କରି ଦେଇଛନ୍ତି । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ ଲୁଚି ରହିଥିବା ଧ୍ରୁବ ଚରଣ ଅଚାନକ ରଂଜନଙ୍କୁ ଉପରକୁ ଆକ୍ରମଣ କରି ଗୋଟିଏ ଇଟାରେ ଖୁବ ଜୋରରେ ରଂଜନଙ୍କ ମୁଣ୍ଡକୁ ଆଘାତ କରିଥିଲା । ଏହାପରେ ରଂଜନ ରକ୍ତ ଜୁଡୁବୁଡ ହୋଇ ତଳେ ପଡି ଯିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ବିଭିନ୍ନ ଧମକ ଚମକ ଓ ଜୀବନରେ ମାରି ସଫା କରିଦେବୁ ଆଦି ଧମକ ଦେଇଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଦୃନୀତି ସମ୍ପର୍କ ରେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଅଭିଯୋଗ କରିବା କାରଣରୁ ରାଜନୈତିକ ହିଂସା ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି  । ଏଥିନେଇ ରଂଜନ ଦାସଙ୍କ ତରଫରୁ ଜେନାପୁର ଥାନାରେ ଏତଲା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking