ଯାଜପୁର : ଆଗକୁ ଆସୁଛି ୨0୨୪ ବିଧାନସଭା ନିର୍ବାଚନ | ଏହି ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀ ମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ହୋର୍ଡ଼ିଂ ଯୁଦ୍ଧ ଦେଖିବାକୁ ମିଳୁଛି | ସହର ଠାରୁ ଗାଁ ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାର ରାସ୍ତା କଡରେ ବଡ଼ ବଡ଼ ହୋର୍ଡ଼ିଂ ମାନ ଛାଇ ହୋଇଛି | ବିଶେଷ କରି ଶାସକ ବିଜେଡି ଦଳର ବିଧାୟକ ଟିକେଟ ପାଇଁ ହୋର୍ଡ଼ିଂ ମାଧ୍ୟମରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି | ଏଥିରୁ ବିଜେପି ମଧ୍ୟ ବାଦ ପଡ଼ିନାହିଁ | ଅନ୍ୟପଟେ ଏହି ଦୌଡରେ କଂଗ୍ରେସ ଦଳ ବୋହୁ ପଛରେ ପଡିଛି | ବଡ ବଡ଼ ହୋର୍ଡ଼ିଂ ମାରିବାକୁ କେନ୍ଦ୍ରକରି ପ୍ରାଥୀ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି | ଅନେକ ସ୍ଥାନରେ ଏହି ହୋର୍ଡ଼ିଂ ମରାକୁ ନେଇ ଦଳୀୟ ସମର୍ଥକ ମାନଙ୍କ ମଧ୍ୟରେ ହାତାହାତି ହେବାର ଦେଖାଯାଉଛି | ବିଜେଡି ଦଳର ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ଆକାଶ ଦାଶନାୟକ ମଧ୍ୟରେ ହୋର୍ଡ଼ିଂ ମାରିବା କୋରେଇ ବାସୀଙ୍କୁ ଦ୍ବନ୍ଦରେ ପକାଇଛି | ସେହିପରି ବିଜେପି ଦଳ ପକ୍ଷରୁ ବିଶ୍ୱଜିତ ନାୟକ ଓ ଯୁବ ନେତୃତ୍ୱ ଅଲେକଜାଣ୍ଡର ଦାସଙ୍କ ମଧ୍ୟରେ ପୃଥକ ପୃଥକ ଭବରେ କର୍ମୀ ସଂମ୍ମିଳନୀ ଓ ହୋର୍ଡ଼ିଂ ମରାକୁ ନେଇ ବିଜେପି ଦଳର ଅନ୍ତ କନ୍ଦଳ ପଦାରେ ପଡି ହାଟରେ ଗଡୁଛି | କଂଗ୍ରେସ ଏଥିରୁ ଦୁରେଇ ରହି ଏକପ୍ରକାର ନିରବ ଦ୍ରଷ୍ଟା ସାଜିଛି | କୋରେଇ ତଥା ରାଜ୍ୟ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତ୍ରୀ ପ୍ରାଥୀ ହେବାପାଇଁ ବିଜେଡି ଓ ବିଜେପି ଦଳର ପ୍ରମୁଖ ନେତାଙ୍କ ସହ ଯୋଗାସୁତ୍ର ରଖିଥିବାର କୋରେଇରେ ଚର୍ଚ୍ଚା ଯୋର ଯୋର ଧରିଛି | ବିଜେଡି କୁଆଡେ ଏହି ଆସନରେ ମହିଳା କାର୍ଡ ଖେଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି | କିନ୍ତୁ କୋରେଇ ବାସୀ ଦଳବଳ ନିର୍ବିଶେଷରେ ଜଣେ ଯୋଗ୍ୟ ନେତୃତ୍ୱ ଖୋଜୁଛନ୍ତି ଯିଏକି ଆପଦ ବିପଦ ବେଳେ ଓ କୋରେଇର ସ୍ୱାଭିମାନ ପାଇଁ ଯିଏ ଲଢେଇ କରୁଛି ତାଙ୍କୁ ମନଭିତରେ ସ୍ଥାନ ଦେଇଛନ୍ତି | ଯେଉଁ ଦଳ ଯୋଗ୍ୟତମ ପ୍ରାଥୀ ଚୟନ କରିବ ସେ ଦଳ କୋରେଇ ସ୍ୱାଭିମାନୀ ଜନସାଧାରଣଙ୍କ ଆସ୍ଥା ଭାଜନ ହେଵବୋଲି ଚର୍ଚ୍ଚା ହେଉଛି |