27.1 C
Bhubaneswar
Monday, March 17, 2025
Homeଦେଶ ବିଦେଶଶ୍ରଦ୍ଧା ୱାକରଙ୍କ କଟାମୁଣ୍ଡ ଖୋଜିବାକୁ ପୁଲିସ ନୟାନ୍ତ: ଛତରପୁର ପୋଖରୀକୁ ଘାଣ୍ଟିବେ ବୁଡ଼ାଳି

ଶ୍ରଦ୍ଧା ୱାକରଙ୍କ କଟାମୁଣ୍ଡ ଖୋଜିବାକୁ ପୁଲିସ ନୟାନ୍ତ: ଛତରପୁର ପୋଖରୀକୁ ଘାଣ୍ଟିବେ ବୁଡ଼ାଳି

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟାମାମଲାରେ ଅଧିକ ପ୍ରମାଣ ଏବଂ ଶ୍ରଦ୍ଧାଙ୍କ କଟାମୁଣ୍ଡ ଖୋଜିବାକୁ ଯାଇ ଦିଲ୍ଲୀ ପୁଲିସ ହରଡଘଣାରେ ପଡିଥିବା ଜଣାପଡିଛି । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଏକ ପୋଖରୀରେ ପକାଇଛି ବୋଲି ପ୍ରେମିକ ତଥା ହତ୍ୟାକାରୀ ଅଫ୍‌ତାବ୍ ଅମିନ ପୁନାୱାଲା ପୁଲିସକୁ କହିଥିଲା । ଏହି ବୟାନକୁ ଆଧାର କରି ଦିଲ୍ଲୀ ପୁଲିସ ରବିବାର ଛତରପୁରସ୍ଥିତ ମଇଦାନ ଗର୍ହି ପୋଖରୀରୁ କଟାମୁଣ୍ଡ ଉଦ୍ଧାର କରିବା କାର୍ଯ୍ୟରେ ଲାଗିପଡିଥିଲା । ବଡ ବଡ ମୋଟର ପମ୍ପ ମଗାଯାଇ ପ୍ରଥମେ ଏହି ପୋଖରୀର ପାଣି ଶୁଖାଇବାକୁ ଉଦ୍ୟମ କରାଯାଇଥିଲା । ତେବେ ପୁଲିସର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଥିଲେ । ପୋଖରୀଟି ବିରାଟ ବଡ ହୋଇଥିବାରୁ ପାଣି ଶୁଖାଇବାକୁ ପ୍ରାୟ ଦୁଇମାସ ସମୟ ଲାଗିବ ବୋଲି ସେମାନେ ପୁଲିସକୁ କହିଥିଲେ । ପୁଲିସ ମଧ୍ୟ ଏହାର ସତ୍ୟତା ହୃଦୟଙ୍ଗମ କରିବାପରେ ପାଣି ଶୁଖାଇବା କାର୍ଯ୍ୟରୁ ନିବୃତ୍ତ ରହିଥିଲା ।

ଏହି ପରିପ୍ରେକ୍ଷୀରେ ପେସାଦାର ବୁଡାଳି (ଡାଇଭର)ଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେଇଛି । ଦିନେ ଦୁଇଦିନ ମଧ୍ୟରେ କଟାମୁଣ୍ଡ ଖୋଜିବା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ବିବାହ ପ୍ରସ୍ତାବକୁ ନେଇ ତୀବ୍ର ମତାନ୍ତର ସୃଷ୍ଟି ହେବାପରେ ଅଫ୍‌ତାବ୍ ଚଳିତବର୍ଷ ମେ’ ୧୮ରେ ଶ୍ରଦ୍ଧାକୁ ତଣ୍ଟିଚିପି ହତ୍ୟା କରିଥିଲା । ଗିରଫଦାରୀ ଏଡାଇବାକୁ ସେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଭାଗରେ କାଟି ଫ୍ରିଜ୍‌ରେ ସାଇତି ରଖିବା ସହ ସମୟକ୍ରମେ କିଛି କିଛି କଟାଅଂଶକୁ ନେଇ ମେହରୌଲିସ୍ଥିତ ଜଙ୍ଗଲ ଓ ପୋଖରୀରେ ପକାଇଥିବା ପୁଲିସକୁ କହିଥିଲା ।

ଦିଲ୍ଲୀ ପୁଲିସ ଇତିମଧ୍ୟରେ ଅଫ୍‌ତାବ୍‌କୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଙ୍କ ମୃତଦେହର ପ୍ରାୟ କୋଡିଏଟି କଟାଅଂଶ ଉଦ୍ଧାର କରି ପରୀକ୍ଷାଗାରକୁ ପଠାଇସାରିଛି । ତେବେ ଶ୍ରଦ୍ଧାଙ୍କର କଟାମୁଣ୍ଡ ଏବଂ ବ୍ୟବହୃତ ଛୁରୀ ଏପର୍ଯ୍ୟନ୍ତ ପୁଲିସର ହସ୍ତଗତ ହୋଇପାରିନାହିଁ । ଅଫ୍‌ତାବ୍ କଟାମୁଣ୍ଡ ଓ ଛୁରୀକୁ ଉକ୍ତ ପୋଖରୀରେ ପକାଇଥିବା କହିବାପରେ ପୁଲିସ ତତ୍ପର ହୋଇଉଠିଛି । ତେବେ ଅଫ୍‌ତାବ୍ ପୁଲିସକୁ ବିଭ୍ରାନ୍ତିକର ବୟାନ ଦେଉଥିବାରୁ ତା’ କଥା ଉପରେ ମଧ୍ୟ ପୁଲିସ ଭରସା କରିପାରୁନାହିଁ । ଅପରପକ୍ଷରେ ଅଦାଲତଙ୍କ ଅନୁମତି ମିଳିସାରିଥିବାବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ଅଫ୍‌ତାବ୍‌ର ନାର୍କୋ ଟେଷ୍ଟ ହୋଇପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking