22.1 C
Bhubaneswar
Saturday, January 11, 2025
Homeଅପରାଧଗୁଣିଗାରେଡ଼ି ସନ୍ଦେହରେ ପ୍ରାର୍ଥୀଙ୍କୁ ଅଟକ, ଜଙ୍ଗଲରୁ ଉଦ୍ଧାର କଲା ପୋଲିସ

ଗୁଣିଗାରେଡ଼ି ସନ୍ଦେହରେ ପ୍ରାର୍ଥୀଙ୍କୁ ଅଟକ, ଜଙ୍ଗଲରୁ ଉଦ୍ଧାର କଲା ପୋଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖୁମ୍‌କୁଟ୍ ନିକଟସ୍ଥ ଗୁଡ଼ିଖୋଳା ଗ୍ରାମର ଭୋଳାନାଥ ମାଝୀ ସମିତିସଭ୍ୟ ପ୍ରାର୍ଥୀ ଭାବେ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଛିଡ଼ା ହୋଇଥିଲେ ଭୋଳାନାଥ ମାଝୀ । ଜଙ୍ଗଲରେ ଥିବା ଠାକୁରାଣୀ ପୂଜା କରିବା ଓ ତାର ଗୋଟିଏ ଦିନ ପରେ ସେଠାକାର ଲୋକେ ଅସୁସ୍ଥ ହେବା ଘଟଣାକୁ ନେଇ ଭୋଳାନାଥ ମାଝୀଙ୍କ ଉପରେ ଗ୍ରାମବାସୀ ସନ୍ଦେହ କରିଥିଲେ । ଆଜି ଭୋଳାନାଥଙ୍କୁ ପୂଜା କରିଥିବା ସ୍ଥାନକୁ ନେଇ ଜଙ୍ଗଲରେ ଅଟକ ରଖିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିଲେ । ଏହା ସହ ଉକ୍ତ ବିଷୟକୁ ନେଇ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ୧୦ନଂ. ବୁଥ୍‌ରେ ଉତେଜନା ଲାଗିରହିଥିବା ସହ ୨ଘଣ୍ଟା ଧରି ଭୋଟିଂ ବନ୍ଦ ରହିଥିଲା । ପ୍ରଶାସନ ବୁଥ୍‌ରେ ଥିବା ଲୋକଙ୍କୁ ବୁଝାଇ ଆରମ୍ଭ କରାଯାଇଥିଲା ମତଦାନ ପ୍ରକ୍ରିୟା । ଉକ୍ତ ବ୍ଲକରେ ୯୬୪୯୧ଜଣ ଭୋଟର ଥିବା ବେଳେ ୭୮୧୭୧ଜଣ ମତଦାନ କରିଛନ୍ତି । ସେଥିମଧ୍ୟରୁ ୩୮୫୪୩ଜଣ ପୁରୁଷ ଭୋଟର ଭୋଟ ଦେଇଥିବା ବେଳେ ୩୯୬୨୮ଜଣ ମହିଳା ଭୋଟର ନିଜର ମତଦାନ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ନୀଳଗିରି ପୋଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ବୁଥ୍‌କୁ ପୋଲିସ ମୋବାଇଲ୍ ପାର୍ଟି ମୁତୟନ କରାଯାଇଥିଲା । ୩୫୫ଟି ବୁଥ୍ ମଧ୍ୟରୁ ୮ଟି ସମ୍ବେଦନଶୀଳ ବୁଥ୍ ରହିଥିଲା ବେଳେ ୫ଟି ପିଙ୍କ୍ ବୁଥ୍ କରାଯାଇଥିଲା । ପ୍ରତ୍ୟେକ ବୁଥ୍‌ରେ ଭୋଟରମାନେ ଧାଡ଼ିରେ ଶୃଙ୍ଖଳିତ ଭାବରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ନୀଳଗିରି ବି.ଡି.ଓ. ଅଶେଷ କୁମାର ନାୟକ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ଏସ.ଡି.ପି.ଓ. ରିତେଶ କୁମାର ମହାପାତ୍ର, ଆଇ.ଆଇ.ସି. ଦ୍ରୌପଦୀ ଦାସ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିବା ବେଳେ ଶାନ୍ତିଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା ଶେଷ ହୋଇଥିବାରୁ ସମସ୍ତ ଅଧିକାରୀଙ୍କ ସମେତ ୨୫ଟି ପଂଚାୟତର ଭୋଟରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking