17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶ୨୦୨୨ ପାଇଁ ସମ୍ମାନିତ ହେବେ ପୋଲିସ ଅଧିକାରୀ; ୭ଟି ବିଭାଗରେ ମିଳିବ ପୁରସ୍କାର

୨୦୨୨ ପାଇଁ ସମ୍ମାନିତ ହେବେ ପୋଲିସ ଅଧିକାରୀ; ୭ଟି ବିଭାଗରେ ମିଳିବ ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ ପୋଲିସ ସର୍ଭିସର ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ସାରା ଦେଶ ଅନେକ ଅପରାଧୀକ ମାମଲାକୁ ଏଡାଇ ପାରିଛି । ନିଜ ଜୀବନକୁ ବାଜିରେ ଲଗାଇ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସିଛି ଭାରତର ପୋଲିସ ଡିପାର୍ଟମେଣ୍ଟ । ତେଣୁ ତାଙ୍କର ଏହି ସାହସିକତା ଏବଂ କର୍ତ୍ତବ୍ୟନିଷ୍ଠା ଯୋଗୁଁ ପୋଲିସ ବିଭାଗର ଅଧିକାରୀମାନଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି ସରକାର । ତେବେ ଏଥିପାଇଁ ୭ଟି ବିଭାଗରେ ଅଧିକାରୀମାନଙ୍କୁ ଚୟନ କରାଯାଇଛି । ଏହି ଅଧିକାରୀମାନଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ମେଡାଲ ସହ ସମ୍ମାନିତ କରାଯିବ ।

ପ୍ରଥମ ବିଭାଗରେ ରେସିଡେଣ୍ଟ କମିଶନର ଆଇଜିପି ଶ୍ରୀ ରବିକାନ୍ତ ଏବଂ ଓଡିଶା ଭିଜିଲାନ୍ସ ଆଇଜି ଶ୍ରୀ ସଞ୍ଜୟ କୁମାର କୌଶଲ ଏହି ପୁରସ୍କାର ପାଇଁ ଚୟନ ହୋଇଛନ୍ତି । ସେହିପରି ଦ୍ୱିତୀୟ କାଟାଗୋରୀରେ ରହିଛନ୍ତି ପୁରୀ ଏସପି ଡ. କେ.ବିଶାଳ ସିଂହ ଏବଂ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ବିଜୟ ଚନ୍ଦ୍ର ପ୍ରଧାନ । ଭୁବନେଶ୍ୱରର ସ୍ପେଶାଲ ବ୍ରାଞ୍ଚ ହେଡକ୍ୱାର୍ଟରର ଆଡିସନାଲ ଏସପି ଶ୍ରୀ ଅନନ୍ତ ଚରଣ ପତିଙ୍କ ସହ କଟକ ଜୋନ-୧ର ଏସିପି ଶ୍ରୀ ଅରୁଣ କୁମାର ସ୍ୱାଇଁ ତୃତୀୟ ବିଭାଗରେ ସମ୍ମାନିତ ହେବେ । ଏହାବ୍ୟତୀତ ଭୁବନେଶ୍ୱର ଏସଟିଏଫ ତଥା ସିବିଆଇ ଇନ୍ସପେକ୍ଟର ଶ୍ରୀ ଆଶିଷ ଚନ୍ଦ୍ର ଜେନା, ଗଞ୍ଜାମ ଆସିକାର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଏବଂ ବୌଦ୍ଧ ପଞ୍ଚମ ଆଇଆର ବାଟାଲିୟନର ଆର୍ମଡ ଇନ୍ସପେକ୍ଟର ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖଙ୍କୁ ଚତୁର୍ଥ କାଟାଗୋରୀରେ ସମ୍ମାନିତ କରିବେ ରାଜ୍ୟପାଳ ।

ସେହିପରି ପଞ୍ଚମ କାଟାଗୋରୀରେ ସମ୍ମାନ ପାଇଁ ସ୍ଥାନ ପାଇଛନ୍ତି କଟକ କ୍ରାଇମବ୍ରାଞ୍ଚ ତଥା ସିଆଇଡିର ସବ୍‌-ଇନ୍ସପେକ୍ଟର ଶ୍ରୀ ଅଦ୍ୱୈତାନନ୍ଦ ସ୍ୱାଇଁ, ମାଲକାନଗିରି ଆର୍ମଡ ସବ୍‌-ଇନ୍ସପେକ୍ଟର ଶ୍ରୀ ଅମିୟ କୁମାର ରାଉତରାୟ ଏବଂ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଏସଆଇ ଶ୍ରୀମତି ନମିତା ନାୟକ । ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚର ଏଏସଆଇ ଶ୍ରୀ ରବିନ୍ଦ୍ରନାଥ ସାହୁ, ଭୁବନେଶ୍ୱର ୟୁପିଡି ଏଏସଆଇ ଦୁଷ୍ମନ୍ତ କୁମାର ପରିଡା ଏବଂ ଅନୁଗୁଳ ଆର.ଓ ହାବିଲଦାର ଦିବ୍ୟନାରାୟଣ ତ୍ରିପାଠୀ ଷଷ୍ଠ କାଟାଗୋରୀରେ ସମ୍ମାନିତ ହେବେ । ଭଦ୍ରକ ଡିଆଇବିର କନେଷ୍ଟବଳ-୧୪ ଅମିତ କୁମାର କର, ଗଜପତି ସାଇବର ସେଲ କନେଷ୍ଟବଳ ବିଜୟ କୁମାର ସୁନାଶଗଡ, ରାଉରକେଲା ଚତୁର୍ଥ ବାଟାଲିୟନ ପ୍ରଦୀପ କୁମାର ବେହେରା, ବିପିଏସପିଏ କନେଷ୍ଟବଳ ଶ୍ରୀମତି ଆଦାମଣି ନାୟକ ଏବଂ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର କନେଷ୍ଟବଳ କୃଷ୍ଣଚନ୍ଦ୍ର ମିଶ୍ର ଶେଷ କାଟାଗୋରୀରେ ରାଜ୍ୟପାଳଙ୍କ କରକମଳରୁ ସମ୍ମାନ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking