26.1 C
Bhubaneswar
Tuesday, September 17, 2024
Homeଓଡିଶାବିଧାନସଭା ସମ୍ମୁଖରେ ପୋଲିସ-ମୋ ଦଳ ଧସ୍ତାଧସ୍ତି

ବିଧାନସଭା ସମ୍ମୁଖରେ ପୋଲିସ-ମୋ ଦଳ ଧସ୍ତାଧସ୍ତି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କତା, ସଚିବ କିଏ ? ଯଦି ସଚିବ ସବୁ କରିବେ ନେତା ନିର୍ବାଚନ କାହିଁକି ?

ଅକ୍ଷୟ କୁମାରଙ୍କ ନେତୃତ୍ୱରେ ମୋ ଦଳର ଶତାଧିକ ପୁରୁଷ ଓ ମହିଳା କର୍ମୀ ୫ଟି ସଚିବଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ବିଧାନସଭା ସମ୍ମୁଖରେ ହଲ୍ଲାବୋଲ କରୁଛନ୍ତି । ଦଳର ଅଭିଯୋଗ ଯେ, ସଚିବ ଜିଲ୍ଲା ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏପରି ସ୍ଥିତିରେ ନେତାଙ୍କର ଆବଶ୍ୟକତା ନାହିଁ । ଯଦି ସଚିବ ପାଣ୍ଡିଆନ ରାଜ୍ୟ ଚଳାଇବେ ତେବେ ବିଧାୟକ, ମନ୍ତ୍ରୀ ଘରେ ଶୁଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking